ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ଫୋକସ ପ୍ଲସ (କାମାକ୍ଷାନଗର) ୦୮/୦୭/୨୦୨୨: ବଜ୍ରପାତ ରେ ମହିଳା ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତ ମହିଳା ଜଣକ ହେଲେ କଙ୍କଡାହାଡ଼ ଥାନା କଲଦା ଗ୍ରାମ ର ଦୁଲଣା ଦେହୁରୀ l ସୂଚନା ଅନୁସାରେ ଦୁଲଣା ଆଜି ଦ୍ବିପହର ସମୟରେ ନିଜ ଘର ଆଗରେ ଛେଳି ବାନ୍ଧୁଥିବା ସମୟରେ ଅକସ୍ମାତ ବଜ୍ରପାତ ହୋଇଥିଲା l ଫଳରେ ସେ ସେଠାରେ ଟଳି ପଡ଼ିଥିଲେ l ଏହା ଦେଖି ପରିବାର ଲୋକେ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିଲେ l ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଦୁଲଣା ଙ୍କ ମୃତ୍ୟୁ ଖବର ପାଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

କାମାକ୍ଷାନଗରରୁ ସମଦର୍ଶୀ ଦାସ ଙ୍କ ରିପୋର୍ଟ ଫୋକସ୍ ପ୍ଲସ।

 

Leave a Reply

Your email address will not be published. Required fields are marked *