ଫଟା ପାଲ ତଳେ ସଂସାର

ଫୋକସ ପ୍ଲସ (ଦିଗପହଣ୍ଡି)୧୫/୦୭/୨୦୨୨:ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ରଙ୍କ ଲମ୍ବା କିରଣ ପଡୁଛି। ଅସରାଏ ବର୍ଷା ରେ ଘରେ ଜଳାଶୟ ସୃଷ୍ଟି ହେଉଛି। ଘରର ଫଟା କାନ୍ଥ ରାସ୍ତାରେ ସରୀସୃପ ଆସି କେଳି କରୁଛନ୍ତି।ଆଉ ପଲସ୍ତରା ଖସି କେତେ ବେଳେ କାହା ଉପରେ ପଡ଼ି ଜୀବନ ଯିବ, ତାହା କେବଳ ଭଗବାନ ଜାଣନ୍ତି।ଆମେ କହୁଛୁ ଗଞ୍ଜାମ ଜିଲ୍ଲା, ଦିଗପହଣ୍ଡି ବ୍ଳକ୍, କଇଠଡ଼ା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୁହାଳପୁର ଗ୍ରାମର ହରିଜନ ବସ୍ତିର କଥା।ଏଠି ୨୨ଟି ପରିବାର ବସବାସ କରନ୍ତି।ଆଜକୁ ପ୍ରାୟ ତିରିଶ ବର୍ଷ ତଳେ ଯେଉଁ ଇନ୍ଦିରା ଆବାସ ଯୋଜନାରେ ଘର ସବୁ ନିର୍ମାଣ ହୋଇଥିଲା,ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ।ଆଉ କିଛି ଦିନ ପରେ ଏହା ଏକ ଶ୍ମଶାନ ସଦୃଶ ହୋଇ ଯାଇପାରେ। ୨୨ଟି ପରିବାର କେମିତି ରହୁଛନ୍ତି ତାହା କେବଳ ଆଖିରେ ଦେଖିଲେ ହିଁ ବିଶ୍ୱାସ କରି ହେବ।ଏନେଇ ସ୍ଥାନୀୟ ପ୍ରଶାସନକୁ ଅନେକ ଥର ଜଣାଇଥିଲେ ମଧ୍ୟ କିଛି ଫଳ ମିଳିନି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ମାତ୍ରାରେ ତତ୍ପରତା ପ୍ରକାଶ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ଦିଗପହଣ୍ଡି ରୁ ହରି ରେଡ୍ଡୀ ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *