ଫୋକସ ପ୍ଲସ (ବରଗଡ଼)୨୧/୦୭/୨୦୨୨: ଆଜି ବରଗଡ ସମବାୟ ଚିନି କଳ ର ଜୁନିଅର ପ୍ରେସିଡେଣ୍ଟ ଶ୍ରୀ ପ୍ରଦୀପ ଦେବତାଙ୍କ ଅଧ୍ଯକ୍ଷତା ରେ ଏକ ପ୍ରତିନିଧି ଦଳ ଭୁବନେଶ୍ବର ଯାଇ ମାନ୍ୟବର M.L.A. ଙ୍କୁ ଦେଖା କରି ଚିନି କଳର ସମସ୍ଯା ଉପରେ ଦୃଷ୍ଟିପାତ କରାଇଥିଲେ । କର୍ମଚାରୀ ୫୯ ମାସ ଦରମା ନ ପାଇ ଦୟନୀୟ ସ୍ଥିତି ଦେଇ ଗତି କରିବା ସହିତ ଚିନି କଳାର ସୁରକ୍ଷ୍ୟା ରେ ନିଯୋଜିତ ଅଛନ୍ତି ଏବଂ ୧୨ ଜଣ କର୍ମଚାରୀ ତାଙ୍କ ପ୍ରାପ୍ୟ ନ ପାଇ ମୃତ୍ୟୁ ବରଣ କଲେଣି ବୋଲି ଅବଗତ କରାଇଥିଲେ ।
ଶ୍ରୀ ପ୍ରଦୀପ ଦେବତା National Sugar Institute, Kanpur ର ଏକ technical ଟୀମ ଚିନି କଳ କୁ ଆସି, ଏହି ଚିନି କଳକୁ ଲାଭାନ୍ବିତ ତଥା ବଞ୍ଚାଇବା ପାଇଁ ଏକ Ethanol କାରଖାନା ବସାଇବା ପାଇଁ ତା.0୯ ସେପ୍ଟେମ୍ବର 2021 ମସିହା ରେ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଏବଂ ତା ଉପରେ ବରଗଡ ସମବାଯ ଚିନି କଳ ର revival ପାଇଁ ମାନ୍ୟବର ସମବାୟ ମନ୍ତ୍ରୀ ଙ୍କ ଅଧ୍ୟକ୍ଷତା ରେ ଏକ ଉଚ୍ଛସ୍ତରୀୟ ବୈଠକ 7th December 2021 ବସିଥିବା ଏବଂ ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବୈଠକ ର ତିନି ସପ୍ତାହ ଭିତରେ Chairman, Western Odisha Development Council (WODC); Principal Secretary, Industries Department, ଏବଂ Principal Secretary Cooperation Department ବରଗଡ ସମବାୟ ଚିନି କଳ କୁ ପରିଦର୍ଶନ ରେ ଆସି ଚିନି କଳ ର ପୁନରୁଦ୍ଧାର ର ନିଷ୍ପତ୍ତି ନେବା କଥା ଉଠାଇଥିଲେ । କେଉଁ କାରଣ ରୁ କମିଟି ଆସୁନାହି ବୋଲି ପଚାରି ବୁଝିବା ସହିତ ଟୀମ ପଠାଇବା ପାଇଁ ଅନୁରୋଧ କରିଥିଲେ ।
ମାନ୍ୟବର M.L.A., କାଲେକ୍ଟର, ବରଗଡ ରାଜ୍ୟ ସରକାର ଙ୍କୁ ଚିନି କାଳର କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଦେଇଥିବା ଟ. ୨୩.୩୫ କୋଟି ର ପ୍ରସ୍ତାବ ଏବେ ସରକାରଙ୍କ ବିଚାରଧିନ ଥିବା ଏବଂ ସେ ଏଥିପ୍ରତି ଧ୍ୟାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ତା ସହିତ IDDCO ଚିନି କଳ ର Boundary wall ପ୍ରତୀଷ୍ଠା ପାଇଁ ଅର୍ଥ ପ୍ରଦାନ କରିବା କଥା କହିଥିଲେ । ଏହି ଆଲୋଚନା ସମୟ ରେ ଚିନି କଳ ର Union Secretary ଶ୍ରୀ ସୁବ୍ରତ କୁମାର ସାହୁ ଏବଂ ଚିନି କାଳର ପୂର୍ବତନ Liaison ଅଫିସର ଉପସ୍ଥିତ ଥିଲେ ।