ପ୍ରେମ ପଡ଼ିଲା ମହଙ୍ଗା; ପ୍ରେମିକାକୁ ଦେଖା କରିବାକୁ ଯାଇ ଦେଲେ ଜୋରିମାନା

ଫୋକସ ପ୍ଲସ 22/3/23(ବ୍ୟୁରୋ): ରାଇଘର ଅଞ୍ଚଳ ରେ ପୁଣି କଙ୍ଗାରୁ କୋର୍ଟ ରେ ନିସ୍ତୁକ ମାଡ଼। ପ୍ରେମ ପାଇଁ ଯୁବକ ଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମ ର କିଛି ବ୍ୟକ୍ତି। ସୂଚନା ପ୍ରକାରେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ବୋବେଇ ପଞ୍ଚାୟତ ର ବୀରପୁର ଡିଏନକେ ଗ୍ରାମ ରେ ଆଜି ସକାଳେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାକୁ ଲାଗିଛି ଗତକାଲି ରାତିରେ ପାଉରବେଲା ୧ ନମ୍ୱର ଗ୍ରାମ ର ଜଣେ ଯୁବକ(୨୩) ବୀରପୁର ଡିଏନକେ ଗ୍ରାମ ର ଜଣେ ଯୁବତୀ ଙ୍କ ସହ ସାକ୍ଷାତ କରିବାକୁ ଯାଇଥିବା ସମୟ ରେ ଯୁବତୀ ଙ୍କ ପରିବାର ଜାଣିପାରିଥିଲେ ଓ ଉକ୍ତ ଯୁବକ ଙ୍କୁ କାବୁ କରି ଗ୍ରାମବାସି ଙ୍କୁ ଜଣେଇ ଥିଲେ ଏହା ପରେ ଗ୍ରାମବାସି ସେଇ ଯୁବକଙ୍କୁ ଗଛରେ ବାନ୍ଧିଥିଲେ ଓ ଗ୍ରାମ ର କିଛି ବ୍ୟକ୍ତି ଉତ୍ୟକ୍ତ ହୋଇ ଉକ୍ତ ଯୁବକ ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯାହା ଫଳରେ ଯୁବକ ଙ୍କ ପାଟିରୁ ରକ୍ତ ବାହାରି ଥିଲା,ପରେ ଦୁଇଗ୍ରାମ ର ଗାଁ ମୁଖିଆ ଓ ଗ୍ରାମବାସୀ ଉକ୍ତ ବିଷୟ କୁ ନେଇ ଆଲୋଚନା କରିଥିଲେ ଓ ଯୁବକ ଙ୍କୁ ଜୋରିମାନା ସ୍ୱରୂପ ୩୦ ହଜାର ଟଙ୍କା ନେଇ ଛାଡିଦେଇଥିଲେ! ଜୋରିମାନା ନେବା ସହ ମାଡ଼ ମାରିବା ଘଟଣା ଭାଇରାଲ ହେବା ପରେ ରାଇଘର ଅଞ୍ଚଳ ରେ ଉକ୍ତ ଘଟଣା କୁ ନିନ୍ଦା କରାଯାଉଛି I

Leave a Reply

Your email address will not be published. Required fields are marked *