ଫୋକସ ପ୍ଲସ(ଡେରାବିଶ)୨/୦୮/ ୨୦୨୨:ଅଭିଯୋଗ, ଅଭିଯୋଗ, ଅଭିଯୋଗଅଭିଯୋଗ ଶୁଣାଣି ଶିବିରରେ ଛୁଟିଲା ଅଭିଯୋଗ ର ସୁଅରାସ୍ତା ନାହିଁ, ଭତ୍ତା ନାହିଁ, ଜବ କାର୍ଡ ରେ କାମ କରି ପାରିଶ୍ରମିକ ମିଳୁନି, ଗ୍ରାମରେ ସୁଚାର ରୂପେ ଆଲୋକି କରଣ ବ୍ୟବସ୍ଥା ନାହିଁ,ସୁଚାର ରୂପେ ଟ୍ୟାପ ପାଣି ମିଳୁନି |ହେଲେ ସରପଞ୍ଚ କଣ କହୁଛନ୍ତି ଜମା ବୁଝା ପଡୁନି| ଏକଥା ଆମେ କହୁନୁ ଦର୍ଶକବନ୍ଧୁ ବରଂ ସରପଞ୍ଚ ଙ୍କ ପ୍ରତିକ୍ରିୟା କହୁଛି |ଅଭିଯୋଗ ଶୁଣାଣି ବେଳେ ଇନ୍ଦାଳ ପଂଚାୟତ ବାସି ନାନାଦି ଅଭିଯୋଗ କରିଥିଲେ କିନ୍ତୁ ଯାହାର ସତ୍ୟାସତ୍ୟ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ସରପଞ୍ଚ ଜୋସ୍ନାମୟୀ ବେହେରା ଙ୍କ ପ୍ରତିକ୍ରିୟା ନେବା ସମୟ ରେ ତାଙ୍କ ପ୍ରତିଉତ୍ତର ଟିକେ ଶୁଣନ୍ତୁ
ବହୁ ଚର୍ଚିତ ଇନ୍ଦାଳ ପଞ୍ଚାୟତ ରେ ଆୟୋଜିତ ହୋଇଯାଇଛି ପଲ୍ଲୀରେ ପ୍ରଶାସନ| ଲୋକ ନିଜ ପଞ୍ଚାୟତ କାର୍ଯ୍ୟାଳୟ ରେ ପ୍ରଶାସନ ଙ୍କୁ ବିଭିନ୍ନ ଅଭିଯୋଗ ଜଣାଇବା ସମୟରେ ଜଣାପଡୁଥିଲା କେଉଁଠି ନା କେଉଁଠି ଆଜି ପର୍ଯ୍ୟନ୍ତ କିଛି ଲୋକ ମୌଳିକ ସୁବିଧା ରୁ ବଞ୍ଚିତ |
ଅଢଙ୍ଗା ଜେନା ସାହି କୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଟିଏ ମଧ୍ୟ ସଂଯୋଗ ହୋଇ ପାରିଲାନାହିଁ |ବାରମ୍ଭାର ଅଭିଯୋଗ ପରେ ମଧ୍ୟ ଅବହେଳା କରୁଛନ୍ତି ସରପଞ୍ଚ ଓ ପ୍ରଶାସନତିରିଶି ପରିବାର ଯାତାୟାତ ଜନିତ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି| ବୋଝ ଉପରେ ନଳିତା ବିଡା ପରି ବର୍ଷା ଦିନ ମୁଣ୍ଡ ଉପରେ ଆସିଲାଣି. ମାଟି ରାସ୍ତା ରେ ପାଣି କାଦୁଅ ଭରିଯିବ ଗମନା ଗମନ ପାଇଁ ହନ୍ତସନ୍ତ ହେବେ ତିରିଶି ପରିବାର |ରାସ୍ତା ନିର୍ମାଣ ପାଇଁ ଆକୁଳ ନିବେଦନ କରିଛନ୍ତି ବୃଦ୍ଧ ଜଣଙ୍କ |ସରପଞ୍ଚ କହୁଛନ୍ତି ରାସ୍ତା ହେବ କିନ୍ତୁ କେବେ??
ଖଟିଲି, ମାଟି ବହିଲି ହେଲେ ମୋ ପ୍ରାପ୍ୟ ମିଳିନାହିଁ. ଏ ଆଉ ଜଣେ ଅସହାୟ ସୁନାକର ଜେନା ଙ୍କ ଅଭିଯୋଗ.ସେହି ସମାନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଆରତୀ ଜେନା. ଜବ କାର୍ଡ ରେ କାମ କଲେ ବିତି ଗଲାଣି ଦୁଇ ମାସ ହେଲେ ମିଳିନି ପ୍ରାପ୍ୟ. ପ୍ରାପ୍ୟ ନପାଇ ଭୋକ ଉପାସ ରେ ଅଛନ୍ତି ବୋଲି କହିଛନ୍ତି. ଏନେଇ ସ୍ଥାନୀୟ ବିଡ଼ିଓ ଅବଗତ ହେବା ପରେ ଅଭିଯୋଗ ର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି |ଶୁଣିଲେ ତ ଦର୍ଶକ ବନ୍ଧୁ ଇନ୍ଦାଳ ପଞ୍ଚାୟତ ରେ ଆଜିବି କିଛି ଲୋକେ କିଭଳି ଅବହେଳିତ |
ତେବେ ଏସବୁ ବାବଦ ରେ ଇନ୍ଦାଳ ସରପଞ୍ଚ ଙ୍କ ହାଲୁକା ଉତ୍ତର କେତେ ସନ୍ତୋଷ ଜନକ ତାହାର ବିଚାର ଆପଣଙ୍କର |ଲୋକ ନିଜ ମୂଲ୍ୟବାନ ଭୋଟ ଦେଇ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିଜ ନିର୍ବାଚିତ ପ୍ରତିନିଧି ଙ୍କ ଠୁ ବିକାଶ ର ଆଶା ରଖି ନିରାଶ ହେବେ ନା ସଫଳ ହେଲେ ତାହା ସମୟ କହିବ |
ଡେରାବିଶ ବ୍ଲକ୍ ରୁ ଜିବେନ୍ଦୁ ମଲ୍ଲିକ ଙ୍କ ରିପୋର୍ଟ ଫୋକସ ପ୍ଲସ