ଫୋକସ ପ୍ଲସ(କାଶୀପୁର)୧୦/୦୮/୨୦୨୨: କାଶୀପୁର ବ୍ଲକ ରେ ଗୋଡ଼ି ଉଠିଥିବା ଉତ୍କଳ କମ୍ପାନୀ ପ୍ରତିଶୃତି ପରେ ପ୍ରତିଶୃତି ଦେଉଛି କିନ୍ତୁ କାର୍ଯ୍ୟରେ ଫେଲ |କମ୍ପାନୀ କୁ ନିଜ ଭିଟା ମାଟି ଦେଇଥିବା କେନ୍ଦୁଖୁଣ୍ଟି ଏବଂ ରାମିବେଡାର ମହିଳା ଶ୍ରମିକମାନ ଙ୍କୁ ଆଜକୁ ସାତ ବର୍ଷ ହେଲା( 100 )ସହେ ଟଙ୍କାରେ ଖଟାଉଛି ଉତ୍କଳ କମ୍ପାନୀ |ଜଳ, ଜମି, ଜଙ୍ଗଲ, ବାସସ୍ଥାନ ହରାଇ ଥିବା ଲୋକ ବଞ୍ଚିବେ କିପରି | କମ୍ପାନୀ ଏବଂ କମ୍ପାନୀ ରେ ନିୟଜିତ ଥିବା ଅଫିସର ବାବୁ ମାନେ ଅଞ୍ଚଳର ଲୋକଙ୍କ ସରଳତା କୁ ଦେଖି ଫାଇଦା ଉଠାଉଛନ୍ତି |ମହିଳା ଶ୍ରମିକ ମାନେ କାମ କରିବା ବେଳେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି | ଉତ୍କଳ କମ୍ପାନୀ ରେ ଏହି ମହିଳା ମାନେ ଫିନେଲ ତିଆରି କରିବା ବେଳେ ଆଖି ମୁହଁ ରେ ପଢୁଛି କର୍ମ ସମୟରେ କୌଣସି ପଦକ୍ଷେପ | ନେଉଁନାହାନ୍ତି | ଆମେ ଆଉ କେତେ ବର୍ଷ 100 ଟଙ୍କାରେ ଖଟିବୁ, ଆମକୁ ଉଚିତ ମଜୁରୀ, ଇପି.ଏଫ, ଏବଂ ସେଫଟି ଦିଆଯାଉ | ଆମେ ଆଜକୁ 7 ଦିନ ହେଲା ଲଗାଣ ବର୍ଷା ରେ ବସିଛନ୍ତ କୌଣସି କମ୍ପାନୀ ବାବୁଙ୍କ ର ଦେଖା ନାହିଁ l ଏହାର ସମାଧାନ ତୁରନ୍ତ କରାଯାଉ ନ ହେଲେ ଆଗାମୀ ଦିନରେ କମ୍ପାନୀ ମୁଖ୍ୟ ଫାଟକ ବନ୍ଦ କରିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି |
କାଶୀପୁର ବ୍ଲକରୁ ରୁ କର୍ଣ୍ଣ କନ୍ଦପାଣି ରିପୋର୍ଟ ଫୋକସ ପ୍ଲସ |