ପୋଲ ପାଲଟିଛି ମରଣଯନ୍ତା

ଫୋକସ ପ୍ଲସ(କଙ୍କଡାହାଡ଼)୨୫/୦୮/୨୦୨୨: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେବା ସତ୍ତ୍ୱେ ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ସମସ୍ତ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ସାଧାରଣ ଜନତା। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନିଜର ପ୍ରଚାର ପ୍ରସାର ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରୁଥିବା ବେଳେ ଯାତାୟାତ ପାଇଁ ସାଧାରଣ ଲୋକଟି ନିଜ ଜୀବନକୁ ବାଜି ଲଗାଇ ବର୍ଷା ଦିନରେ ଭଙ୍ଗା ଉତ୍ତରାସ ନାଳ ଦେଇ ଯାଉଥିବା ଏକ ନଗ୍ନ ଚିତ୍ର ସାମ୍ନା କୁ ଆସିଛି । ଆମେ କହୁଛୁ ବାମ ପଞ୍ଚାୟତ ବାମ ଗାଁ ର ହନୁମନ୍ତୀଆ ପାଖରେ ଥିବା ଉତ୍ତରାସ ନାଳ ପ୍ରବାହିତ ହେଉଅଛି। ଏହି ବର୍ଷା ଦିନରେ ଅଧିକ ପାଣି ନାଳ ରେ ପ୍ରବାହିତ ହେଉଥିବାରୁ ପୋଲଟି ଏବେ ବିଚ୍ଛିନ୍ନ ହୋଇପଡିଛି, ଯାହା ଫଳରେ ଯାତାୟତ କରିବା ପାଇଁ ଲୋକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।ଏହି ରାସ୍ତା ଟି କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ କୁ ଯିବାପାଇଁ ସହଜ ହେଇଥିବାରୁ ପ୍ରତିଦିନ ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟ କୁ ଯିବା ଆସିବା ପାଇଁ ୭ଟି ପଞ୍ଚାୟତ ନିର୍ଭର କରିଥାଏ,ତଥା ଝିଲ୍ଲୀ,ମହାବିରୋଡ଼, କୂଟୁରିଆ,ଚାନ୍ଦପୁର,ଦଶିପୂର, ଘାଗରାମୁଣ୍ଡା, ବିରିବୋଲେଇ ପଞ୍ଚାୟତ ର ଜନସାଧାରଣ ଯିବା ଆସିବା କରିଥାନ୍ତି । ବାମ ପଞ୍ଚାୟତ ର ଚାଉଳିଆ ଝରଣ ଓ ପଥର ଗଡ ର ଲୋକ ମାନେ ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବା ସହିତ ପିଲା ମାନେ ସ୍କୁଲ ଯିବାର ବାଧା ପ୍ରାପ୍ତ ହେଉଛି। ଲଗାଣ ବର୍ଷା ହେବା ପରେ ଭରା ନାଳ ଟି ଏବେ ବିଚ୍ଛିନ୍ନ ହୋଇପଡିଛି। ଲୋକମାନେ ନିଜ ଜୀବନ କୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି, ହେଲେ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ଙ୍କ ନଜର ପଡୁନଥିବା ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ବାମ ଗାଁ ର ଲୋକମାନେ କୁହନ୍ତି ପ୍ରତି ନିର୍ବାଚନ ସମୟରେ ନେତାମାନେ ଆସି ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟ କରାଯିବ କହି ପ୍ରତିଶୃତି ଉପରେ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ଦୁର୍ଭାଗ୍ୟ କଥା ନିର୍ବାଚନ ସରିଗଲା ପରେ ନେତା ମାନଙ୍କ ପାଦ ପଡ଼ିବା ତ ଦୂରର କଥା କିନ୍ତୁ ଦେଖା ଦର୍ଶନ ମିଳି ନଥିବା କହିଛନ୍ତି । ଆଗାମୀ ଦିନରେ ଏହି ନାଳ ଉପରେ ସେତୁ ନିର୍ମାଣ କରାନଗଲେ ଜନସାଧାରଣ ରାଜ ରାସ୍ତାକୁ ଉଲ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣା ଉପରେ ପ୍ରଶାସନ ଅଧିକାରୀ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଏବେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *