ଫୋକସ ପ୍ଲସ (କଟକ)୨୫/୦୬/୨୦୨୨: ପୋଲିସ ଘରେ ହୋଇଛି ଚୋରି, କଥାଟି ଆପଣମାନଙ୍କୁ ତାଯୁବ କରୁଥିବ ନିଶ୍ଚୟ, ହେଲେ ଏହା ସତ |ବିଭିର୍ନ ଅପରାଧିକ ଘଟଣା କୁ ନେଇ ସାଧାରଣ ଲୋକେ ପୋଲିସ ପାଖରେ ଅଭିଯୋଗ କରିଥାନ୍ତି, ସେ ଚୋରି, ଡକାୟତି, ହତ୍ୟା କିଛି ବି ହୋଇ ପାରେ | ପୋଲିସ ନା ଶୁଣିଲେ ଅପରାଧୀ ମାନେ ଛାନିଆ ହୋଇ ପଳେଇଯାନ୍ତି |ତେବେ ଯଦି ପୋଲିସ ନିଜେ କୌଣସି ଅପରାଧୀ ର ଶିକାର ହେବ ତେବେ ସେ ଯିବ କୁଆଡେ | ହଁ ଆଜ୍ଞା ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ । ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରରେ ଟ୍ରେନର ଥିବା ଏଏସଆଇ ଏହି ଗାଁର ସୁଧାଂଶୁ ସାମଲ ଓ ଅନୁଗୁଳ ଏସ୍ପି ଅଫିସରେ କ୍ଳର୍କ ଭାବେ ଚାକିରୀ କରିଥିବା ତାଙ୍କ ସ୍ତ୍ରୀ ସାଧନା ସେଟ ଙ୍କ ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରିଛନ୍ତି ଚୋରମାନେ। ଗାଁରେ ଥିବା ତାଙ୍କର ଏହି ଘରେ ତାଙ୍କ ଦାଦା ରୁହନ୍ତି। ତେବେ ଗତକାଲି ରାତିରେ ତାଙ୍କ ଗାଈ ଅସୁସ୍ଥ ହୋଇପଡିଥିବାରୁ ପାଖରେ ଥିବା ତାଙ୍କ ନିଜ ଘରକୁ ପଳାଇ ଆସିଥିଲେ। ଏହାର ସୁଯୋଗ ନେଇ ଚୋରମାନେ ତାଲା ଭାଙ୍ଗି ଘରେ ପଶି ସମସ୍ତ ଆସବାବପତ୍ର ନେଇଯିବା ସହ ଗହଣାଗାଣ୍ଠି ନେଇଯାଇଥିବାର ମାହାଙ୍ଗା ଥାନାରେ ଏତେଲା ହୋଇଛି। ପୋଲିସ ଘରକୁ ପ୍ରବେଶ କରିବା ଆକଟ କରିବା ସହ ଘଟଣାସ୍ଥଳରେ ବିଜ୍ଞାନୀ ଅନୁସନ୍ଧାନକରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କଟକ ମାହାଙ୍ଗା ରୁ ହେମନ୍ତ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ୍ |