ଫୋକସ ପ୍ଲସ (ରାଇରଙ୍ଗପୁର)୧୩/୦୭/୨୦୨୨ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବଣକାଟି ପଞ୍ଚାୟତର ବାଲିଆଢିପା ଗ୍ରାମର ଜଣେ ଚାଷୀ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ଚାଷୀ ଦେବୀ ଲାଲ ଟୁଡୁ (୫୮) ବିଲ କାମ ସାରି ୨.୩୦/ ୩ଟା ପାଖାପାଖି ସମୟରେ ଘରକୁ ଆସି ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ । ନ ଫେରିବା ବିଳମ୍ବ ନେଇ ଘର ଲୋକେ ଖୋଜାଖୋଜି କରି ପୋଖରୀରେ ପାଇଥିଲେ । ଗାଁ ଲୋକେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ବୁଧବାର ଦିନ ଶବ ବ୍ୟବଚ୍ଛେଦ ହେବ ।
ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ ପ୍ଲସ |