ଫୋକସ ପ୍ଲସ(ଗଞ୍ଜାମ)୦୯ /୦୮/୨୦୨୨: ଛୁରା ମାଡ଼ ରେ ଜଣେ ଯୁବକ ଗୁରୁତର ଆହତ ଯୁବକ ଜଣକ କବିସୂର୍ଯ୍ୟନଗର ମେରୁବନ୍ଧ ସାହିର ଅନିରୁଦ୍ଧ ନାୟକ ବୋଲି ଜଣା ପଡିଛି ଅନିରୁଦ୍ଧ କବିସୂର୍ଯ୍ୟନଗର ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ପଠାଯାଇଛି ଘଟଣା ସ୍ଥଳରେ ପୋଲିସ ପହଞ୍ଚିନଥିବା ବେଳେ ଆହାତ ଅନିରୁଦ୍ଧ କହିବା ଅନୁଯାୟୀ ସେ ଆଜି ରାତିରେ ଖାଇସାରି ବାହାରେ ବୁଲୁଥିବା ସମୟରେ ସାହିରେ ଥିବା ଏକ ଅଟୋ ରେ ଲୁଚି ବସିଥିବା ଜଣେ ଯୁବକ ତାକୁ ଅତର୍କିତ ଛୁରୀ ମାରିଥିଲା ସେ ପ୍ରତିରୋଧ କରିଥିଲେ ମଧ୍ୟ ପୁନର୍ବାର ଆଘାତ ରେ ଛୁରୀ ପେଟରେ ପଶି ଯାଇଥିଲା , ଜୀବନ ବଞ୍ଚାଇବାକୁ ନିଜେ ଧାଇଁ ଧାଇଁ ନିକଟରେ ଥିବା କବିସୂର୍ଯ୍ୟନଗର ମେଡିକାଲ ରେ ପହଂଚି ନିଜେ ଡାକ୍ତର ଙ୍କୁ ଡାକି ଚିକିତ୍ସା ହେଇଥିବା କହିଛି କିନ୍ତୁ ଅବସ୍ଥା ଭଲ ନଥିବାରୁ ତାକୁ ଡାକ୍ତର ବ୍ରହ୍ମପୁର କୁ ପଠାଇଦେଇଥିବା ଜଣାଯାଇଛି ପୂର୍ବ ଶତ୍ରୁତା କୁ ନେଇ ଆକ୍ରମଣ ହୋଇଥିବା ଅନୁମାନ କରାଯଉଛି ପ୍ରକୃତ ଘଟଣା ପୋଲିସ ତଦନ୍ତ ପରେ ଜଣାପଡିବ ବୋଲି ଆଲୋଚନା ହେଉଛି |
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ରୁ ସନ୍ଦିପ କୁମାର ମିଶ୍ର ଙ୍କ ରିପୋର୍ଟ