ଫୋକସ ପ୍ଲସ ୧୪/୬/୨୨ (ଥୁଆମୂଳ ): ରାମପୁର ଆଜି ହେଉଛି ପହିଲି ରଜ ଗାଁ ରୁ ସହର ପଲ୍ଲୀ ରୁ ଦିଲ୍ଲୀ ସବୁଠି ଉତ୍ସବର ମାହୋଲ । ପିଲା ବୁଢ଼ା ସମସ୍ତେ ପାଳୁଛନ୍ତି ପାରମ୍ପରିକ ରଜ ପର୍ବ। ଏହି ପର୍ବ ଟିକୁ ନେଇ ଗ୍ରାମାଞ୍ଚଳର ଆବାଳବୃଦ୍ଧବନିତା ଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ସହ ବିଭିନ୍ନ ବେଶ ପୋଷାକ ରେ ଝିଅ ମାନେ ସଜେଇ ହୋଇ ପହିଲି ରଜର ପ୍ରଥମ ଦିନରେ ରଜଦୋଳି ରେ ମଜା ନେଇଛନ୍ତି। ଥୁଆମୂଳ ରାମପୁର ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ ଆନନ୍ଦ ଉଲ୍ଲାସର ସହିତ ରଜପର୍ବ ଟିକୁ ପାଳନ କରିଛନ୍ତି ଅଞ୍ଚଳ ବାସୀ ମିଠାପଣାରେ ଗାଁ ଦାଣ୍ଡ ମହକି ଉଠୁଛି।
ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |