ପରୀକ୍ଷା ଫଳ ଦେଖିବା ପୂର୍ବରୁ ଆଖି ବୁଜିଲେ ଦଶମ ଶ୍ରେଣୀ ଛାତ୍ରୀ

ଫୋକସ ପ୍ଲସ (ଗଞ୍ଜାମ) ୦୬/୦୭/୨୦୨୨: ଗଞ୍ଜାମ ଜିଲ୍ଲା, ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ରାଣୀ ସାହିର କଳ୍ପନା ଜେନା ପିତା – କାଳିଆ ଜେନା ନାମକ ଜଣେ ନାବାଳିକା ନିଜ ଶୋଇବା କୋଠରୀରେ କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇ ଆତ୍ମ ହତ୍ୟା କରିଛନ୍ତି।ଘଟଣା ସ୍ଥଳର ବାସ୍ତବ ଦୃଶ୍ୟ ଦେଖିବା କଷ୍ଟକର।ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଲିଭାଇଥିଲେ।ତତ୍ ସଙ୍ଗେ ସଙ୍ଗେ ଦିଗପହଣ୍ଡି ପୋଲିସ ବାହିନୀ ପହଞ୍ଚି ଘଟଣା ସ୍ଥଳରେ ଘଟଣାର ଛାନ୍ ଭିନ୍ କରୁଛନ୍ତି।ଏବଂ ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ବ୍ୟବସ୍ଥା କରିଛନ୍ତି। ଆଉ ଏହି ଭଳି ଏକ ଅଭାବନୀୟ ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି।ଏଠାରେ ସୂଚନା ଯୋଗ୍ୟ ଯେ,ଛାତ୍ରୀ ଜଣକ ପଦ୍ମନାଭପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ହଷ୍ଟେଲରେ ରହି ପାଠପଢି ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ।

ଦିଗପହଣ୍ଡି ରୁ ହରି ରେଡ୍ଡୀ ଫକସ ପ୍ଲସ |

Leave a Reply

Your email address will not be published. Required fields are marked *