ପଡୋଶୀର ମରଣାତ୍ମକ ଆକ୍ରମଣ

ଫୋକସ ପ୍ଲସ 17/7/22(ନାଉଗାଁ): ପାଣି ଆସିବାକୁ କେନ୍ଦ୍ର କରି ପଡୋଶୀ ର ମାରାଣତ୍ମକ ଆକ୍ରମଣ ର ଶିକାର ହୋଇ 6 ଗୁରୁତର l ସୂଚନା ମୁତାବକ ଆଜି ଭୋର ସମୟରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଭଟଣା ଗ୍ରାମର ଦାସରଥି ଜେନାଙ୍କ ପରିବାର ନିଜ କୋଠ ଜାଗାରେ ଥିବା ଏକ ପାଇପି କୁ ବ୍ୟବହାର କରୁଥିବାରୁ ତାହାର ପାଣି ମଧ୍ୟ୍ୟ ତାଙ୍କ ର କୋଠ ଜାଗାରେ ନାଳ ପାଣି ବୋହିବାକୁ କେନ୍ଦ୍ର କରି ଚୈତନ୍ୟ ଜେନା ଙ୍କ ପରିବାର ସଂଗବୋଧ ଭାବେ ଏକ ଫାର୍ସlଏବଂ କଟୁରୀ ସାହାଯ୍ୟ ରେ ମାରାଣତ୍ମକ ଆକ୍ରମଣ କରିଥିଲେ ଯାହା ଫଳରେ ଦାଶରଥୀ ଜେନା,ବ୍ରହ୍ମାନନ୍ଦ ଜେନା,ତୋଫାନ ଜେନା,ସନାତନ ଜେନା, ମିନତୀ ଜେନା ଏବଂ ମଞ୍ଜୁଲତା ଜେନା ଗୁରୁତର ଭାବେ ଆହତ ହୋଇ ନାଉଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଆସିଥିଲେ l କିନ୍ତୁ ସେଠାରେ ତାଙ୍କ ର ଅବସ୍ଥା ଶଙ୍କଟା ପୂର୍ଣ୍ଣ ଥିବାରୁ ଡାକ୍ତର ତାଙ୍କୁ ଅଧିକା ଚିକିତ୍ସା ନିମନ୍ତେ ଜଗତସିଂହପୁର ଜିଲ୍ଲା ସଦର ମେଡିକାଲ କୁ ସ୍ଥାନାତରିତ କରିଥିଲେ l ଏ ଘଟଣା ସମ୍ପର୍କ ରେ ଦାସରଥି ଜେନାଙ୍କ ପରିବାର ପକ୍ଷରୁ ନାଉଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି।
ନାଉଗାଁ ରୁ ମାନସ କୁମାର ସ୍ବାଇଁ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *