ଫୋକସ ପ୍ଲସ (ପାଳଲହଡା) ୨୫/୦୭/୨୦୨୨: ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ରଜଡ଼ଙ୍ଗ ପଞ୍ଚାୟତରେ କାର୍ଯ୍ୟରତ GRS ଓ JE ବିରୋଧରେ ଦୁର୍ନୀତି କରୁଥିବା ନେଇଁ ଦୀର୍ଘ ମାସେ ହେବ ପାଳଲହଡା BDO ଓ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଁ ଯାଇନାହିଁ,, ଯାହାକୁ ନେଇଁ ରଜଡଙ୍ଗ ପଞ୍ଚାୟତ ବାସି ଓ ସରପଞ୍ଚ ଆଜି ପାଳଲହଡା ଠାରେ ହେଉଥିବା ଜନ ଶୁଣାଣି ଅଭିଯୋଗ ବେଳେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି,, ପଞ୍ଚାୟତରେ କାର୍ଯ୍ୟରତ GRS ନିରଞ୍ଜନ ଦାସ ଦୀର୍ଘ ଦିନ ଧରି MGNREGA କାମରେ ଦୁର୍ନୀତି କରି ଶ୍ରମିକ କାର୍ଡରେ ଚଞ୍ଚକତା କରି ଟଙ୍କା ହଡପ ଭଳି ଅଭିଯୋଗ ରହିଛି,, ସେହିପରି JE ଲାଲମୋହନ ମାରାଣ୍ଡି ମଧ୍ୟ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି,, କିନ୍ତୁ ପଞ୍ଚାୟତରେ କାର୍ଯ୍ୟରତ PEO ଙ୍କୁ ବିନା କାରଣରେ ରାତା ରାତି ଅନ୍ୟତ୍ର ବଦଳି କରିବାକୁ ବିରୋଧ କରିଛନ୍ତି ପଞ୍ଚାୟତ ବାସି,, ତାଙ୍କ ବଦଳିକୁ ରଦ୍ଦ କରିବା ସହ GRS ଓ JE ଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି |
ପାଳଲହଡାରୁ ପ୍ରୀତିମଞ୍ଜରୀ ମହାନ୍ତି ରିପୋର୍ଟ ଫୋକସ ପ୍ଲସ |