ପଞ୍ଚାୟତରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲିବାକୁ ଗ୍ରାମବାସୀଙ୍କ ଦାବି

ଫୋକସ ପ୍ଲସ(କୋରାପୁଟ)୦୭/୦୮/୨୦୨୨ : କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପୂର୍ବରୁ ଚାଲୁଥିଲା ।ଏବେ କିନ୍ତୁ ‘ଆରଆଇ’ ଅଫିସ ଚାଲୁ ନଥିବା ଯୋଗୁଁ ପଞ୍ଚାୟତ ବାସୀ ତୀବ୍ର ବିରୋଧ କରୁଛନ୍ତି ।ଏହି ଦୁଧାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ଦୁଧାରୀ,ପାଖଝୋଲା,ଦଳେଇଗୁଡା,ଉପର କାଣ୍ଟି ଚାରିଗୋଟି ପଞ୍ଚାୟତର ଗ୍ରାମ ବାସୀ ନିର୍ଭର କରନ୍ତି ,ଏବଂ ଗାଁ ର ଲୋକେ କହିବା ଅନୁଯାୟୀ ଆଗରୁ ଭଲ ଭାବରେ ‘ଆରଆଇ’ ଅଫିସ ଚାଲୁଥିବା ଗ୍ରାମବାସୀ କହିଛନ୍ତି।କାହିଁକି ରାଜସ୍ୱ ନିରୀକ୍ଷକ ଚାଲୁ ନାହିଁ ତାହା ନେଇ ଜନସାଧାରଣରେ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ? ଏହି ଦୁଧାରୀ ପଞ୍ଚାୟତରେ ଚାରି ଗୋଟି ପଞ୍ଚାୟତର ଲୋକେ ଆସି କି ଆର ଆଇ ଅଫିସ ଠୁ ଜାତି ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ସାର୍ଟିଫିକେଟ,ରେସିଡେଣ୍ଟ ସାର୍ଟିଫିକେଟ, ଇନକମ ସାର୍ଟିଫିକେଟ,ଆବେଦନ କରୁଥିଲେ । ଦୁଧାରୀରୁ ପାକଝଲା ପଞ୍ଚାୟତରେ ସ୍ଥାନାନ୍ତର ହୋଇଥିବାରୁ ଜନ ସାଧାରଣରେ ବହୁତ ଅସୁବିଧା ସମୁଖୀନ ହେବାକୁ ପଡୁଛି,ଏବଂ ଅଫିସ ସ୍ଥାନାନ୍ତରିତ ଦିନଠାରୁ ଲୋକ ମାନଙ୍କୁ ଦୂର ଦୂରନ୍ତାରୁ ଆସି ବାକୁ କଷ୍ଟ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏନେଇ କେବେ (ଆରଆଇ) ଅଫିସ ଦୁଧାରୀ ପଞ୍ଚାୟତରେ ଖୋଲା ଯିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ଏହି ‘ଆରଆଇ’ ଅଫିସ’ କଲା ନ ଯାଏଁ । ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣାରେ ଭସିବାକୁ ଚେତାବନୀ ଦେଇଛନ୍ତି।ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଉପରେ ଯୋଜନା ହୋଇ ଆସୁଛି।କିନ୍ତୁ ବାସ୍ତବିକତା କହିଲେ ନ ସରେ ରାଜସ୍ୱ ନିରୀକ୍ଷକ (ଆର ଆଇ)ଅଫିସ ଘରର ଦୃଶ୍ୟ ଆପଣମାନେ ଏହି ବିକଳ୍ପ ଚିତ୍ର ଦେଖି ପାରୁଥିବେ ।ଏହି ଘରେ ଆର ଆଇ ବାବୁ ମାନେ ରହି ବେ ନା ଗାଈ ଗୋରୁ ରହିବେ ବୋଲି ଗ୍ରାମବାସୀ କହିଛନ୍ତି।ଏହି ‘ଆରଆଇ’ ଅଫିସ କେବେ କଲା ଯିବ ବୋଲି ତୀବ୍ର ବିରୋଧ କରିଛନ୍ତି ପଞ୍ଚାୟତ ବାସୀ।ଦୁଧାରୀ ପଞ୍ଚାୟତରେ (ଆର ଆଇ) ଅଫିସ କଲା ଗଲେ ଏହି ଆଖ ପାଖ ଲୋକ ମାନଙ୍କୁ ସୁବିଧା ସୁଯୋଗ କାର୍ଯ୍ୟ ହୋଵ ବୋଲି ପଞ୍ଚାୟତ ବାସୀ ପ୍ରକାଶ କରିଛନ୍ତି। ଏହି ଆରଆଇ ଅଫିସ କେବେ ଖୋଲା ଯିବ ତାହାକୁ ଦେଖିବାକୁ ବାକି ରହିଲା ।

 

କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରୁ ଦଶରଥ ମାଛଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *