ନୂଆବର୍ଷରୁ ଏହି ସ୍ମାର୍ଟଫୋନ୍‌ରେ ଚାଲିବନି ହ୍ବାଟ୍ସଆପ୍! ଚିନ୍ତାରେ ୟୁଜର୍

ନୂଆଦିଲ୍ଲୀ : ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର। କାରଣ ନୂଆ ବର୍ଷରୁ ଏହି ଆପ୍ ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ପାଇଁ ବନ୍ଦ ହୋଇଯିବ। ଅର୍ଥାତ୍‌ ୨୦୨୫ରୁ ଅନେକ କିଛି ସ୍ମାର୍ଟଫୋନ୍‌ରେ ହ୍ବାଟ୍ସଆପ୍ କାମ କରିବନାହିଁ। ବାସ୍ତବରେ, ଜାନୁଆରୀ ପହିଲାରୁ ହ୍ବାଟ୍ସଆପ୍ ପୁରୁଣା ଅପରେଟିଂ ସିଷ୍ଟମ୍‌କୁ ସପୋର୍ଟ କରିବାନାହିଁ। ମେଟା ମାଲିକାନା ହ୍ବାଟ୍ସଆପ୍ ପ୍ରାୟ ପ୍ରତିବର୍ଷ ପୁରୁଣା ମୋବାଇଲ୍ ଫୋନ୍ ପାଇଁ ଏହାର ସର୍ପୋର୍ଟ ବନ୍ଦ କରିଥାଏ। ଏହାର କାରଣ ହେଉଛି ପୁରୁଣା ଅପରେଟିଂ ସିଷ୍ଟମ୍ ନୂତନ ବୈଶିଷ୍ଟ୍ୟ ଏବଂ ସୁରକ୍ଷା ଅଦ୍ୟତନ ସହିତ ସୁସଙ୍ଗତ ନୁହେଁ।

କମ୍ପାନୀର ଏହି ନିଷ୍ପତ୍ତି ଦ୍ୱାରା ସର୍ବାଧିକ ପ୍ରଭାବିତ ହେବେ ଆଣ୍ଡ୍ରଏଡ୍‌ର ପୁରୁଣା ଏଡିସନ୍‌ ବ୍ୟବହାର କରୁଥିବା ଉପଭୋକ୍ତା। ଯଦି କେହି ଆଣ୍ଡ୍ରଏଡ୍‌ର କିଟ୍‌କାଟ୍‌ ଏଡିସନ୍‌ ବ୍ୟବହାର କରୁଥାନ୍ତି, ତେବେ ସେ ନୂଆ ବର୍ଷରୁ ଆଉ ହ୍ବାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ। ଏହି ଏଡିସନ୍‌ ୧୦ ବର୍ଷ ପୂର୍ବେ ବାହାରିଥିଲା ​​ଏବଂ ଏଗୁଡିକ ମେଟା ଏଆଇ ପରି ବୈଶିଷ୍ଟ୍ୟଗୁଡିକୁ ସପୋର୍ଟ କରେନାହିଁ। ଏହାର ଅର୍ଥ ହେଉଛି ଯଦି ଆପଣ ଜାନୁଆରୀ ପହିଲା ପରେ କିଟ୍‌କାଟ୍‌ ଏଡିସନ୍‌ ସହିତ ଏକ ଫୋନ୍‌ରେ ହ୍ବାଟ୍ସଆପ୍ ସେବା ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ଅପରେଟିଂ ସିଷ୍ଟମ ଅପଡେଟ୍ କରିବାକୁ କିମ୍ବା ଏକ ନୂଆ ଫୋନ୍ କିଣିବାକୁ ପଡିବ।

Leave a Reply

Your email address will not be published. Required fields are marked *