ନଦୀରେ ଜଳସ୍ରୋତ ବୃଦ୍ଧି, ବନ୍ୟା ପରିସ୍ଥିତି ସୃଷ୍ଟି

ଫୋକସ ପ୍ଲସ(ଲାଞ୍ଜିଗଡ଼)୧୦/୦୮/୨୦୨୨:ଗତ ତିନିଦିନ ହେଲା କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ନଦୀରେ ଜଳସ୍ରୋତ ବୃଦ୍ଧି ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାପାଣି ପ୍ରବାହିତ ହେବା ଫଳରେ ଅନେକ ଚାଷଜମୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ବ୍ଲକର ବଂଶଧାରା ନଦୀ,ରେତନଦୀ ଓ ସାନ୍ଦୁଲନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ତିନିଦିନର ଲଗାଣ ବର୍ଷା ଯୋଗୁଁ ଲାଞ୍ଜିଗଡ ଡାକ୍ତରଖାନା ପରିସରରେ ଏକ ପୁଟ ପାଣି, ବଜାର ପଡା,ଡମ୍ବବିଶି ପଡା ସହିତ ସହରର ଥାନା ପଛପଟେ ଥିବା ତିନୋଟି ପରିବାର ଯୁଗଳ ସେଠି,ତ୍ରିଲୋଚନ ସେଠି ଓ ବାବୁଲା ସେଠିଙ୍କ ପାଣିଘେରରେ ରହିଥିବା ଦେଖିବାକୁ ମିଳିଛି ।ଗୋଟିଏ ପଟ ଥାନା ଓ ଅନ୍ୟପଟେ ରାସ୍ତା ଯୋଗୁ ଅଳ୍ପ ବର୍ଷାରେ ଉକ୍ତ ସ୍ଥାନରେ ପାଣି ଜମି ରହୁଛି।ତିନି ଦିନର ଲଗାଣ ବର୍ଷାରେ ପ୍ରାୟ ୨ ଫୁଟ ପାଣି ଜମି ରହିଥିବା ବେଳେ ତିନି ପରିବାର ଦୁଇ ଦିନ ହେଲା ତାଙ୍କ ଚୁଲିରେ ନିଆଁ ଜଳୁନାହିଁ । ଭୋକ ଉପାସରେ ରହି ବେସାହାରା ଅବସ୍ଥାରେ ପଡି ରହିଛନ୍ତି ଏହି ପରିବାର।ଘର ଭିତରେ ପାଣିପସି ଥିବାରୁ ସେମାନଙ୍କ ଶୋଇବାକୁ ମଧ୍ୟ ଜାଗା ନାହିଁ । ଏ ସମ୍ପର୍କରେ ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇବାପରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କୁ ସେ ଅଞ୍ଚଳର ସ୍ଥିତି ପରଖି ପାଣି ଘେରରେ ଥିବା ପରିବାର ବର୍ଗଙ୍କୁ ଥଇଥାନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ବିଡିଓଙ୍କ ନିର୍ଦ୍ଧେଶ ପାଇବା ପରେ ସରପଞ୍ଚ ସରସ୍ବତୀ ମୁଣ୍ଡା ସେହି ପରିବାର ବର୍ଗଙ୍କୁ ଭେଟି ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *