ଫୋକସ ପ୍ଲସ(ଦଶମନ୍ତପୁର)୧୮/୦୮/୨୦୨୨: ଗତ ଲଘୁଚାପ ଜନିତ ଲଗାଣ ବର୍ଷା ରେ ଧୋଇ ଗଲା ଅସ୍ଥାୟୀ ଆପ୍ରଚ୍ ରାସ୍ତା। ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ଲୋକ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ସଦର ଗାଁ ରେ। ଏହି ଗ୍ରାମ ନିକଟରେ ବହି ଯାଉଛି ମଶାଣି ନଦୀ। ଏହି ନଦୀ ଉପରେ ଗତ ତିନି ବର୍ଷ ହେଲା ସ୍ଥାୟୀ ପୋଲ ନିର୍ମାଣ କରାଯାଉଛି। ସେଥିରେ ଜରୁରୀ କାଳୀନ ଭାବେ ଲୋକ ଯାତାୟତ କରିବା ଲାଗି ଏକ ବାଇ ପାସ୍ ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ ଗତ ଲଗାଣ ବର୍ଷା ରେ ପାହାଡି ନଦୀ ଆସି ଧୋଇ ନେଇଗଲା। ବର୍ତମାନ ଲୋକ ମାନେ ବିଭିନ୍ନ ସ୍ଥାନ କୁ ଯାତା ୟତ ପାଇଁ ଦୁର୍ଦ୍ଦଶା ଭୋଗୁ ଥିବା ଗାଁ ର ନିମନ ଚନ୍ଦ୍ର ଖରା, ଉଦୟ ଚନ୍ଦ୍ର ହିଆଲ, ରଞ୍ଜୁ କନ୍ଦପାନ, ସମେତ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ରାସ୍ତା ଧୋଇ ଗଲା ପରେ। ଏକ ପ୍ରକାର ଯାତାୟତ ଠପ୍ ହୋଇ ଯାଉଛି। ଗତ କାଲି ଗାଁ ର ଜଣେ ରୋଗୀ କରୁଣା ହିଆଲ ନାମକ ବ୍ୟକ୍ତି ଜ୍ଵର ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ଥିଲେ, ତାଙ୍କୁ ଡାକ୍ତରଖାନାରେ ନେବା ଲାଗି ୧୦୮ ଆମ୍ବୁଲାନ୍ସ ଗାଡ଼ି କୁ ଯୋଗାଯୋଗ କରିଥିଲୁ। ହେଲେ ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ଗାଡ଼ି ଆସି ପାରି ନ ଥିଲା। ଫଳରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। । ଅନ୍ୟ ପକ୍ଷରେ ଗତ ତିନି ବର୍ଷ ହେଲା ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହାର ଅଟକଳ ମୂଲ୍ୟ ୨ କୋଟି ରୁ ୫୦ ଲକ୍ଷ ଟଙ୍କା ରହିଛି । ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ଅବହେଳା ଯୋଗୁଁ ଲୋକେ ହୋଇ ରାଣ ହେଉଥିବା କୁହାଯାଇଛି। ଏହି ରାସ୍ତା ଏ ଅଞ୍ଚଳର ମୁଖ୍ୟ ରାସ୍ତା, ଏହି ରାସ୍ତା ଦେଇ ନବରଙ୍ଗପୁର, ଦୁଆର ଶୁଣି, କାଠର ଗୁଡା ସମେତ ଗିର୍ଲି ଗୁମା ପଞ୍ଚାୟତ ଲୋକ ମାନେ ନିର୍ଭର କରନ୍ତି। ଡାକ୍ତରଖାନା ଠାରୁ ଆରମ୍ଭ କରି ହାଟ ବଜାର ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଲୋକ ଯିବା ଆସିବା କରୁଛି। ବର୍ତ୍ତମାନ ବସ୍ ଅଟକି ରହିଛି। ଡାକ୍ତରଖାନା ଯିବା ଲାଗି ରୋଗୀ ହନ୍ତସନ୍ତ ହେଉଛନ୍ତି ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି।
ଦଶମନ୍ତପୁର ବ୍ଲକ ରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍ଟ ଫୋକସ ପ୍ଳୋସ।