ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ, BJP ର ବିଜୟ ଉତ୍ସବ

ଫୋକସ ପ୍ଲସ (କାକଟପୁର)୨୭/୦୭/୨୦୨୨: ଓଡ଼ିଶାର ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବରେ ଶପଥ ନେବାପରେ କାକଟପୁର ନିର୍ବାଚନ ମଣ୍ଡଳୀ ରେ BJP ପକ୍ଷରୁ ନାଚିନାଚି ସହ ଦିପଦାନ ଓ ମିଠା କଣ୍ଟନ।ଓଡ଼ିଶାର ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବରେ ଶପଥ ନେବାପରେ କାକଟପୁର ନିର୍ବାଚନ ମଣ୍ଡଳୀ BJP ପକ୍ଷରୁ ଏକ ଖୁସିର ଲହରୀ ଖେଳିଯାଇଛି। କାକଟପୁର ବ୍ଳକ ଛକଠାରୁ ଆଦିବାସୀ ନୃତ୍ୟ ପରିବେଷଣ ସହ ଢୋଲ ମହୁରୀ ବାଦ୍ୟର ତାଳେତାଳେ ନାଚିନାଚି ଏକ ଶୋଭାଯାତ୍ରାରେ ବାହାରି ମା ମଙ୍ଗଳା ମନ୍ଦିର ସମୁଖରେ ମିଠା ବଣ୍ଟନସହ ଦିପଦାନ କରାଯାଇଥିଲା। କାକଟପୁର ବିଜେପିର ୫00 ରୁ ଉର୍ଦ୍ଧ କାର୍ଯ୍ୟକର୍ତାଙ୍କ ସହ ନିମାପଡା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ନେତୃତରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରାଜଲକ୍ଷ୍ମୀ ଦାଶ, ଜିଲ୍ଲା ଉପ ସଭାପତି,ସୋସିଆଲ ମିଡ଼ିଆ ପ୍ରମୁଖ ବିଜୟ କୁମାର ଦାସ,ସହ ଅନ୍ୟ ପ୍ରମୁଖ ନେତୃ ମଣ୍ଡଳୀ ମାନେ ଯୋଗଦେଇଥିଲେ। ପରିଶେଷରେ ଓଡ଼ିଶାର ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ମଙ୍ଗଳ କାମାନାକରି ମାଙ୍କ ପାଖରେ ଦିପଦାନ କରିଥିଲେ।

 

କାକଟପୁର ରୁ ଚିନ୍ମୟ ପଲେଇ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *