ଫୋକସ ପ୍ଲସ(ଡାବୁଗାଁ)୧୦/୦୮/୨୦୨୨:ଡାବୁଗାଁ ବ୍ଲକର ଉମରାହାଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଚାଲିଛି ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ରାଜ ।ସୂଚନାଯୋଗ୍ୟ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଫିସିଆଲ କାମରେ ଡାବୁଗାଁ ଯାଇଥିବାରୁ ଅପରାହ୍ନ ଘଣ୍ଟେପରେ ସ୍କୁଲ ଛୁଟି କରିଦେଇ ଥିଲେ ।ଗ୍ରାମବାସୀ ମାନେ ଯାଇ ବୁଝିବା ବେଳେ ସ୍କୁଲଘରେ ପାଣିପଡୁଛି ତେଣୁ ପିଲାଙ୍କୁ ମୋନାକଲୁ ବୋଲି କହିଲେ ।ଏହା ସହ ଦିଦି ମାନେ ପ୍ରାୟତଃ ସବୁଦିନ ଲେଟରେ ଆସନ୍ତି ଏହାକୁ ଦିଦିବି ମାନିଲେ। ସାତଟି ଶିକ୍ଷକ ଶିକ୍ଷୟିତ୍ରୀ ଥିବା ସତ୍ତ୍ୱେ ଆଜି କେବଳ 3ଜଣ ଯାଇଥିଲେ ବିଦ୍ୟାଳୟରେ ।ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପିଲାପଡୁଛନ୍ତି କିନ୍ତୁ ଆଜି ଗ୍ରାମବାସୀ ଛୁଟି କାହିଁକି କାର ଗଲା ଆଜିତ କୌଣସି ଛୁଟିଦିନ ନାହିଁ ବୋଲି କହିବାରୁ ବିଦ୍ୟାଳୟରେ 7/8ଟି ପିଲାକୁ ଡାକି ନାମକୁ ମାତ୍ର ବସାଇ ଦେଇଥିଲେ ।ଠିକ ଏହିପରି ଆଜି ଡାବୁଗାଁ ସଦର ମହକୁମା ସ୍ଥିତ ନୂଆଗୁଡା ବିଦ୍ୟାଳୟରେ ମଧ୍ୟ ସ୍କୁଲରେ ଅପରାହ୍ନ ରେ ଝୁଲୁଥିଲା ତାଲା ।ଆମପ୍ରତିନିଧିକୁ ସ୍ଥାନୀୟ ବାସିନ୍ଦା ମାନେ ଜଣାଇବା ପରେ କୌଣସି ପ୍ରକାର ସୂଚନାପାଇ ବିଦ୍ୟାଳୟରେ ଦୁଇଟି ଦିଦି ଯାଇ ବିଦ୍ୟାଳୟରେ ଉପସ୍ଥିତ ଥିଲେ ସେମାନଙ୍କୁ ପଚାରିବାରୁ ଆଜି ବୋଲବମ ପାଇଁ ପିଲା ଆସିନାହାନ୍ତି ବୋଲି ମତ ଦେଇଥିଲେ । କଣ ବିଦ୍ୟାଳୟର 130 ଟି ପିଲା ବୋଲବମ ଯାଇଥିଲେକି ???।ଯାହାବି ହେଉ ଏହି ବିଷୟରେ ଦାଇତ୍ୱରେ ଥିବା ସିଆରସିସି ଙ୍କୁ ଫୋନେରେ ଯୋଗାଯୋଗ କରିବାରୁ ଆଜି ବିଦ୍ୟାଳୟ ବନ୍ଦ ନାଇଁ ଯଦି ।ଯେଉଁ ଶିକ୍ଷକଶିକ୍ଷୟିତ୍ରୀ ମାନେ ସରକାରୀ ଛୁଟିନଥିବା ଜାଣିକି ମଧ୍ୟ ସ୍କୁଲ ବନ୍ଦ କରିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।ଏବେ ଦେଖିବାକୁ ବାକିରହିଲା ଜିଲ୍ଲା ଶିକ୍ଷାବିବାଗ ଏଥିପ୍ରତି କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ।
ଡାବୁଗାଁ ରୁ ସମୀର ଭତ୍ରା ରିପୋର୍ଟ ଫୋକସ ପ୍ଲସ ।