ଦୁଇ ବର୍ଷ ଶିଶୁର ସନ୍ଦେହଜନକ ମୃତ୍ୟୁ

ଫୋକସ ପ୍ଲସ ୧୬/୬/୨୨(କଟକ):କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ ତାଳଗିରି ଗ୍ରାମର ଦିଲିପ ସ୍ୱାଇଁଙ୍କ ଦୁଇ ବର୍ଷର ଶିଶୁ ପୁତ୍ର ଭବାନୀ ଶଙ୍କର ସ୍ୱାଇଁର ଗତ ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ।ଗତକାଲି ରାତିରେ ଶିଶୁ ପୁତ୍ର ବଡବାପା ବଡମା ସହିତ ଖଟ ଉପରେ ସୋଇଥିବା ସମୟରେ ତଳେ ପଡ଼ି ଯାଇଥିବା ବେଳେ ତାକୁ ମାହାଙ୍ଗା ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ପରିବାର ଲୋକେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଶିଶୁ ପୁତ୍ର ଭବାନୀର ମା ନିବେଦିତା ତାଙ୍କ ଦେଢ଼ସୁରଙ୍କ ସହିତ ପୂର୍ବରୁ ବିବାଦ ଥିବାରୁ ସେମାନେ ତାଙ୍କ ପୁତ୍ରକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି। ମାହାଙ୍ଗା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ SCB ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଛି। କଟକ ମାହାଙ୍ଗା ରୁ ହେମନ୍ତ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ୍ |

Leave a Reply

Your email address will not be published. Required fields are marked *