ଫୋକସ ପ୍ଲସ (ସୁକିନ୍ଦା)୧୦/୦୭/୨୦୨୨ : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଦକ୍ଷତା ବିକାଶ ଗୃହରେ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୂମାର ମଲ୍ଲିକ ଏହି ଶିବିରରେ ଅଧ୍ୟକ୍ଷତାରେ କରିଥିବା ବେଳେ ଶିବିରରେ ଆବାସ ଯୋଜନା , ଚିକିତ୍ସା ସହାୟତା , ଭତ୍ତା ପ୍ରଦାନ , ଜମିଜମା ସମ୍ବନ୍ଧୀୟ ଅଭିଯୋଗ ପଞ୍ଜିକୃତ ହୋଇଥିଲା |ଶୁଣାଣିରେ ମୋଟ ୧୧୯ ଟି ଅଭିଯୋଗ ମଧ୍ୟରୁ ୧୧୦ ବ୍ୟକ୍ତିଗତ , ୪ ଟି ରେଡ୍କ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ୭ ଗୋଟି , ୯ ଗୋଟି ସାମୁହିକକ ଆବେଦନପତ୍ର ମିଳିଥିଲା । ତତ୍କାଳ ୩୨ ଟି ଅବେଦନରେ ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି. ଆର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ , ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକରୀ ତିଳୋତମା ପୃଷ୍ଟି , ଦାନଗଦି ବିଡିଓ ଏବଂ ତହସିଲଦାର, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ’ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା,ଜିଲ୍ଲା ମଙ୍ଗଳ ଅଧିକାରୀ ବୁଦ୍ଧଦେବ ପଣ୍ତା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ବ୍ଲକସ୍ତରୀୟ ଅଧିକାରୀ ଓ ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି।
ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଫୋକସ ପ୍ଲସ୍।