ତାଳଚେରରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ପାଳିତ

ତାଳଚେର : ୧୯୩୬ ମସିହା ଏପ୍ରିଲ୍ ୧ତାରିଖ ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବ ଦିନ । ପ୍ରାୟ ୫ଶହବର୍ଷ ସୀମମାହୀନ, ୫୬ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ଡ ବିଖଣ୍ଡିତ ହୋଇ ରହିବାପରେ ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା । ଏକଦା ନିଜର କଳାସଂସ୍କୃତି ଭାଷା, ସାହିତ୍ୟ, ବାଣିଜ୍ୟ ବ୍ୟବସାୟ ଓ ସାମାଜିକ ସାମରିକ ପରମ୍ପରା ପାଇଁ ଏହି ରାଜ୍ୟ ବିଶେଷଭାବେ ପରିଚିତ ଥିଲା । ଏହାକୁ ଆଖି ଆଗରେ ରଖି ଆଜି ଓଡ଼ିଶାର କୋଣ ଅନୁକୋଣରେ ଏହି ଦିବସଟିକୁ ମହାଆଡ଼ମ୍ବରରେ ପାଳନ କରାଯାଇଥାଏ ।ଆଜିି ତାଳଚେର ପ୍ରଶାସନ ପକ୍ଷରୁ ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଠାରୁ ବିଭିନ୍ନ ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନକୁ ନେଇ ଏକ ଶୋଭାଯାତ୍ରା ବାହାରି ତାଳଚେର ସହର ପରିକ୍ରମା କରି ପରିଶେଷରେ ତାଳଚେର ପୌରପରିଷଦର ଟାଉନହଲ୍ ଠାରେ ପଂହଚିଥିଲା । ସେଠାରେ ଉତ୍କଳ ସଂଙ୍ଗୀତ ଗାନ କରିବା ପରେ ଦୀପପ୍ରଜ୍ଜ୍ୱଳନ, ଅତିଥି ପରିଚୟ ପ୍ରଦାନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ତାଳଚେର ପୌରପରିଷଦ ନଗରପାଳ, ମୁଖ୍ୟବକ୍ତାଭାବେ ଡ଼ଃ. ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଥିବା ବେଳେ ତାଳଚେର ଉପଜିଲ୍ଳାପାଳ ବିଶ୍ୱରଞ୍ଜନ ରଥ, ତାଳଚେର ତହସିଲଦାର ମନ୍ମଥ ନାୟକ, ପୌରଅଧିକାରିଣୀ ରଶ୍ମିରେଖା ଅମାନ୍ତ ଯୋଗଦେଇ ଆଜି ଦିନର ମହତ୍ୱ ଉପରେ ଗୁରୁତ୍ୱା ଆରୋପ କରିଥିଲେ । ଶେଷରେ କୃତୀକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୁବରାଜ ଉଚ୍ଚବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ବିବେକାନନ୍ଦ, ଶିଶୁମନ୍ଦିର, ସେଂଟଜୋନ୍ ଆମ୍ବୁଲାନ୍ସ ଅନନ୍ତ, ସେଂଟଜୋନ ଏମସିଏଲ, ସିଭିଲଡ଼ିଫେନ୍ସ, ରେଡ଼କ୍ରସ୍‌, ତୋଫାନୀ ଯୁବକ ସଂଘର ସଦସ୍ୟ ସଦସ୍ୟା ସମେତ ଅନ୍ୟାନ୍ୟ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *