ଫୋକସ ପ୍ଲସ ୪/୬/୨୨(ଆଳି): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତ ରେ ଗରିବଙ୍କ ପିଡିଏସ୍ ଚାଉଳ ବଣ୍ଟନ କୁ ନେଇ ପଞ୍ଚାୟତ କର୍ମଚାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ମଧ୍ୟରୁ ଛକା ପୋଞ୍ଚା ଚାଲିଛି। ପିଡିଏସ୍ ଚାଉଳ ବଣ୍ଟନ କରିବା ଅନୁମତି ବ୍ଲକ ପ୍ରଶାସନ ନଦେବା ରୁ ଗତ ୨୫ / ୫ ରିଖ ଓପରାହ୍ନ ରେ ଲୁଲା ପଞ୍ଚାୟତ ସଦରମହକୁମା ର ୫ ଟି ଦୋଳ ର ଏସ୍ ଏଚ୍ ଜି ମହିଳା ମାନେ ପଞ୍ଚାୟତ ର ପିଡିଏସ୍ ଚାଉଳ ଗୋଦାମ ଗୃହ ରେ ତାଲା ପକାଇ ଆନ୍ଦୋଳନ କରୁ ଥିଲେ। ଏଥିରେ ବ୍ଲକ ପ୍ରଶାସନ , ଏସ୍ ଏଚ୍ ଜି ମହିଳା ମାନଙ୍କୁ ପ୍ରଥମେ କହିଥିଲେ ଯେ ପଞ୍ଚାୟତ ଗୋଦାମ ଗୃହ ରେ ଗରିବ ଲୋକଙ୍କ ଚାଉଳ ଅଛି। ସେଥିରେ ତାଲା ପକାଇ ବା ବେଆଇନ୍ ଅଟେ। ତୁରନ୍ତ ତାଲା ଖୋଲି ଦେଲେ ଚାଉଳ ବଣ୍ଟନ କରାଯିବ, ଏହା କହି ପ୍ରଥମେ ବ୍ଲକ ଯୋଗାଣ ନିରିକ୍ଷକ ଓ ବିଡ଼ିଓ ଉଭୟ ଲୁଲା ଗ୍ରାମ ରେ ଯାଇ ବହୁ ବାର ଆପସ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ। ହେଲେ ମଧ୍ୟ ମହିଳା, ମାନେ ଏକ ଜିଦ୍ ରେ ଅଟଳ ଥିଲେ। ଆମକୁ ଚାଉଳ ବଣ୍ଟନ କରିବା ଅନୁମତି ଦିଆଯାଉ ନହେଲେ ଆମେ ତାଲା ଖଲିବୁ ନାହିଁ। ଏଭଳି ମହିଳା ମାନେ ଜିଦ୍ ରେ ଅଳିବସି ରହିଥିଲେ। ହେଲେ ଆଜି ମଧ୍ୟ ପୋଲିସ ଓ ତହସିଲଦାର ଦିର୍ଘ ୩ ଘଣ୍ଟା ଧରି ମହିଳା ମାନଙ୍କୁ ବୁଝାଇ ବାକୁ ଚେଷ୍ଟା କରି ନାକେଦମ ହୋଇଥିଲେ। ଶେଷରେ ପ୍ରଶାସନ କୈାଣସି ବିକଳ୍ପ ନ ପାଇ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ , ତହସିଲଦାର ଅଜୟ ପ୍ରକାଶ ତିର୍କି, ଥାନା ଅଧିକାରୀ ଶ୍ରୀ ବିଜୟ ରାଜ୍ ମାଝୀ, ଏସ୍ ଆଇ ଶ୍ରୀ ମତୀ ନିର୍ମଳା ଲିମା, ବ୍ଲକ ଯୋଗାଣ ନିରିକ୍ଷକ ଶ୍ରୀ ପ୍ରଭାତ ରଂଜନ ଶତପଥୀ, ସରପଞ୍ଚ ଶ୍ରୀ ମତୀ ଚଞ୍ଚଳା ମୁଦୁଲି ପଞ୍ଚାୟତ ପି ଇ ଓ ଶ୍ରୀ କେତନ ହାଲୱ , ଙ୍କ ଉପସ୍ଥିତି ରେ ଗୋଦାମ ଗୃହ ତାଲା ଭାଙ୍ଗି ଗରିବଙ୍କୁ ଚାରି ମାସ ର ମାଗଣା ଚାଉଳ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ତହସିଲଦାର ଓ ବ୍ଲକ ଯୋଗାଣ ଅଧିକାରୀ କହିଥିଲେ ଯେ ମହିଳା ମାନଙ୍କୁ ଚାଉଳ ବଣ୍ଟନ କରିବା ଲାଇସେନ୍ସ ନାହିଁ। ସେମାନେ ଏକ ହାତ ଲେଖା ଦରଖାସ୍ତ ରେ ଆମକୁ ପିଡିଏସ୍ ଚାଉଳ ବଣ୍ଟନ କରିବା ଦାୟିତ୍ବ ଦିଅନ୍ତୁ ବୋଲି ଦାବି କରି ଆସୁଥିଲେ। ତେଣୁ ବିନା ଲାଇସେନ୍ସରେ କୈାଣସି ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା କିମ୍ବା ବ୍ୟକ୍ତି ବିଶେଷଙ୍କୁ ସରକାରୀ ପିଡିଏସ୍ ସାମଗ୍ରୀ ବଣ୍ଟନ ଦାୟିତ୍ଵ ଦିଆଯିବ ନାହିଁ। ତୁମେ ଲାଇସେନ୍ସ ଆବେଦନ କର ତାପରେ ତୁମକୁ ଚାଉଳ ବଣ୍ଟନ ଦାୟିତ୍ଵ ଦିଆଯିବ ବୋଲି କୁହାଯାଇ ଥିଲା। ତଥାପି ସେମାନେ କୈାଣସି କଥା ରେ ସମତ ନ ହେବାରୁ ତାଲା ଭାଙ୍ଗି ଚାଉଳ ବଣ୍ଟନ କରା ଗଲା। ପରବର୍ତ୍ତୀ ସମୟରେ ଏଭଳି ବେଆଇନ ଭାବେ ଏସ୍ ଏଚ୍ ଜି ମହିଳା ମାନେ ପିଡିଏସ୍ ଚାଉଳ ବଣ୍ଟନ ସମ୍ପର୍କରେ ଅପ୍ରିତୀକର ପରିସ୍ଥିତି କଲେ ସରକାରୀ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ମହିଳା ମାନେ କହିଥିଲେ ଯେ ଗତ ୨୫ ତାରିଖ ଦିନ ପଞ୍ଚାୟତ ର ପିଡିଏସ୍ ଚାଉଳ ବଣ୍ଟନ କରିବା ନେଇ , କ୍ରିଷ୍ଣା କାବେରୀ, ଦାଦି ବୁଡା, ମା ନିଶାଣି ମୁଣ୍ଡା, ବୃନ୍ଦାବତୀ ଓ ମା ଦୁର୍ଗା ସ୍ବୟଂ ସହାୟକ ଗୋଷ୍ଠୀ ର ପ୍ରାୟ ୫୦ ଜଣ ମହିଳା ମାନେ ବିଡ଼ିଓ ଙ୍କ ଦ୍ବାରସ୍ଥ ହୋଇ ଚାଉଳ ବଣ୍ଟନ କରିବା ସମ୍ପର୍କରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ହେଲେ ପ୍ରଶାସନ ମହିଳା ମାନଙ୍କୁ ଚାଉଳ ବଣ୍ଟନ କରିବା ଦାୟିତ୍ବ ନଦେବା ରୁ ସେମାନେ ଗୋଦମ ଗୃହ ରେ ତାଲା ପକାଇ ଥିଲେ। ବୋଲି ବିମଳା ମୁଦୁଲି, ମାଙ୍ଗତେନ ମୁଦୁଲି, ସୁବାସିନି ମୁଦୁଲି, ହିରାମଣି ନାମକ ପ୍ରମୁଖ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ୪ ମାସ ର ମାଗଣା ପିଡିଏସ୍ ଚାଉଳ ନ ପାଇ ସାଧାରଣ ଲୋକ ହନ୍ତ ସନ୍ତ ହେଉଥିଲେ। ଆଜି ତାଲା ଖୋଲି ଚାଉଳ ଦେବାରୁ ଖୁସି ରେ ଚାଉଳ ନେଇଥିଲେ।