ଫୋକସ ପ୍ଲସ ୧୨/୬/୨୨(କେନ୍ଦ୍ରାପଡା): ଅସହ୍ୟ ଗୁଳୁଗୁଳି କୁ ଜଳ କଷ୍ଠ. ଶୋଷ ମେଣ୍ଟାଇବା ପାଇଁ ବିକଳ୍ପ ବିହୀନ ଇନ୍ଦାଳବାସି.ପିଇବା ପାଣି ଟିକେ ପାଇବା ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଛି. ତେବେ ପାଣି ସଙ୍କଟ ସମାଧାନ ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି ଇନ୍ଦାଳବାସି |ପ୍ରଚଣ୍ଡ ରୌଦ୍ର ତାପ, ଗୁଳୁଗୁଳି କରିଦେଉଛି ଅସହାୟ . ତା ଉପରେ ପୁଣି ଜଳ କଷ୍ଟ. ପାନୀୟ ଜଳ ପାଇଁ ବ୍ୟବସ୍ତା ଥିଲେ ବି ତାହା ଏବେ ଅବ୍ୟବସ୍ଥା ରେ ପରିଣତ ହେଉଛି. ଟୋପାଏ ପାଣି ପାଇଁ ବ୍ୟସ୍ତ ବିବ୍ରତ ଇନ୍ଦାଳ ପଞ୍ଚାୟତ ର ବାସିନ୍ଧା |ସ୍ଥାନୀୟ ଅପରେଟର ଅଜୟ ତ୍ରିପାଠୀ ଙ୍କ ମନ ମୋଟିଆ ଓ ଖାମ ଖିଆଲି ନୀତି ଯୋଗୁଁ ବାସୁଧା ଯୋଜନା ର ସତ ପ୍ରତିଶଦ ସୁବିଧା ରୁ ବଞ୍ଚିତ ଲୋକେ |ବସୁଧା ଯୋଜନା ଏକ ପ୍ରକାର ଅଚଳ ଅବସ୍ଥାରେ.. ଟ୍ୟାପ ଗୁଡିକ ଭଙ୍ଗା ପଡିଛି. ଟ୍ୟାପ ରୁ ପାଣି ଆସିନାହିଁ |କେଉଁ ଟ୍ୟାପ ର କଳ ନାହିଁ ତ ଆଉ କେଉଁ ଟ୍ୟାପ କଳଙ୍କି ଲାଗି ଗଲାଣି, ଆଉ ଯେଉଁ କିଛି ହାତ ଗଣତି ଟ୍ୟାପ ରୁ ପାଣି ଆସୁଛି ତାହାର ମାତ୍ରା ବହୁତ କମ |ପର୍ଯ୍ୟାପ୍ତ ବିଶୁଦ୍ଧ ପାନୀୟ ଜଳ ସଠିକ ସମୟ ରେ ମିଳିପାରୁନି ଦାଇତ୍ୱ ରେ ଥିବା ଅପରେଟର ଙ୍କ ମନମାନି ଓ ଖାମଖିଆଲି ନୀତି ଯୋଗୁଁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ଛଟପଟ ହେଉଛନ୍ତି |ଅପରେଟର ଙ୍କ ନାମ ରେ ଅଞ୍ଚଳ ବାସି ନାନାଦି ଅଭିଯୋଗ ଆଣିଥିଲେ ବି ମାଙ୍କଡ଼ ହାତ ରେ ଶାଳଗ୍ରାମ ଭଳି ଅପରେଟର ଅଜୟ ତ୍ରିପାଠୀ ଙ୍କ ଦାଇତ୍ୱ ରେ ଥିବା ଅପାରେଟିଙ୍ଗ ବ୍ୟବସ୍ତା ରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଛି .. ତିନି ଟାଇମ ପରିବର୍ତ୍ତେ ଦୁଇ ଟାଇମ ଜଳ ଜଳ ଯୋଗା ଯାଉଛି |ତେବେ ପ୍ରତିବର୍ଷ ଏଭଳି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଇନ୍ଦାଳ ବାସି |ଅନେକ ଦିନ ହେବ ଭଙ୍ଗା ପଡିଛି ଟ୍ୟାପ ଓ ଅଚଳହୋଇଛି ବସୁଧା ଯୋଜନା |ଅପରେଟର ଓ ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ୱ ହୀନତା ଯୋଗୁଁ ସରକାର ଙ୍କ ଯୋଜନା ର ସୁଫଳ ପାଇପାରୁ ନାହାନ୍ତି ଲୋକେ ଅସନ୍ତୋଷ ପ୍ରକଟ କରିଛନ୍ତି ଅଞ୍ଚଳ ବାସି |