ଫୋକସ ପ୍ଲସ (ଡାବୁଗାଁ)୨୪/୦୭/୨୦୨୨: ଡାବୁଗାଁ ବ୍ଲକ ରେ ବିଭିନ୍ନ ବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନ ର ଗୃହ ନିର୍ମାଣ, ରାସ୍ତା କାମ ସଂପୂର୍ଣ୍ଣ ନିମ୍ନମାନର ହେଉଥିବା ସ୍ଥଳେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ଡାବୁଗାଁ କୃଷକ ମହାସଂଘ। ଏହି ପରି ହିନ୍ଦୁ ମହାସଂଘ ମଧ୍ୟ ନିମ୍ନମାନର କାମ କୁ ନେଇ ବିରୋଧ କରିଛି। କୃଷକ ମହାସଂଘ ସଭାପତି ସତ୍ୟରଞ୍ଜନ ପାତ୍ର ପ୍ରଶାସନିକ ଅଧିକାରୀ ଓ ଠିକାଦାର ମାନଙ୍କ ଭିତରେ ମଧୁ ଚନ୍ଦ୍ରିକା ଚାଲିଛି ବୋଲି ସିଧା ସଳଖ ଅଭିଯୋଗ କରିଛନ୍ତି। ଜନସ୍ବାର୍ଥ ମାମଲା ଦାଏର କରିବା ପାଇଁ ହିନ୍ଦୁ ମହାସଂଘ ତରଫରୁ ବିଚାର ବିମର୍ଶ ଚାଲିଛି ବୋଲି ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ସୂଚିତ କରିଛନ୍ତି। ବର୍ଷା ଋତୁରେ ଚାଲିଛି ମାଟି କାମ। ଗୃହ ନିର୍ମାଣ ହେଉଛି ନିମ୍ନମାନର ମାଟି ଇଟା ରେ। ମାଟି ଇଟା ବ୍ୟବହାର ନ କରିବାକୁ ସରକାର ଙ୍କ ଗାଇଡ ଲାଇନ ଥିବା ସତ୍ବେ ଉନ୍ନୟନ ମୂଳକ କାର୍ଯ୍ୟ ହେତୁ କେଉଁ କାରଣରୁ ନିର୍ମାଣ ହେଉଛି ନିମ୍ନମାନର ମାଟି ଇଟା ରେ ଗୃହ ? ଏତିକି ପାଇଁ ଦାୟୀ କିଏ? ମାଲାମାଲ୍ ହେଉଥିବା ଠିକାଦାର ନା ଜେ.ଈ , ଏ. ଇ ନା ପ୍ରଶାସନିକ ଅଧିକାରୀ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ବିଭିନ୍ନ କାର୍ଯ୍ୟ ସଂପୂର୍ଣ୍ଣ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ତଦନ୍ତ କରା ଯାଇ ଦୋଷୀ ବ୍ୟକ୍ତି ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।ଜନସ୍ବାର୍ଥ ମାମଲା ଦାଏର କରିବା ପାଇଁ ହିନ୍ଦୁ ମହାସଂଘ ର ପଦାଧିକାରୀ ମାନେ ଏକ ରୁଦ୍ଧ ଦ୍ବାରା ବୈଠକ କରିଛନ୍ତି। ଏ ଦିଗରେ ଅଗଷ୍ଟ ୧୫ ଭିତରେ ପ୍ରତ୍ୟେକ ପଞ୍ଚାୟତ ରୁ ବିଭିନ୍ନ ନିମ୍ନ ମାନର କାର୍ଯ୍ୟ ବିରୋଧ ରେ ଦାବିପତ୍ର ଜିଲ୍ଲାପାଳ , ଓ ରାଜ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଛି। ବିଶେଷ କରି ଶିକ୍ଷାନୁଷ୍ଠାନ ଗୁଡିକ ରେ ହୋଇ ଥିବା ନିମ୍ନ ମାନର କାର୍ଯ୍ୟ କୁ ନାପସନ୍ଦ କରିଛି ହିନ୍ଦୁ ମହାସଂଘ। ମହାସଂଘ ର ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ସାମାଜିକ ଗଣମାଧ୍ୟମ ବିଭାଗ ପ୍ରମୁଖ ଗୋରା ହରିଜନ ଓ ଯୁବ ହିନ୍ଦୁ ମହାସଂଘ ଜିଲ୍ଲା ପ୍ରମୁଖ ଭୋଦେବ ଗୌଡ଼ ଙ୍କ ସଂପୂର୍ଣ୍ଣ କାର୍ଯ୍ୟ ସଂଯୋଜନା ପାଇଁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଦାୟିତ୍ଵ ପ୍ରଦାନ କରିଛନ୍ତି। ବ୍ଲକ କାର୍ଯ୍ୟାଳୟ ରେ ଇତସ୍ତତଃ ପଡ଼ିଥିବା ଆସବାବପତ୍ର, ଆବର୍ଜନା ଓ ମଇଳା ପ୍ରମାଣିତ କରୁଛି ବ୍ଲକ ଅଧିକାରୀ ମାନେ ସ୍ବଚ୍ଛ ଭାରତ ଅଭିଯାନ କୁ କେତେ ହୃଦୟ ର ସହ ଗ୍ରହଣ କରୁଛନ୍ତି ବୋଲି ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ପ୍ରଶ୍ନ କରିଛନ୍ତି। ବ୍ଲକ କାର୍ଯ୍ୟାଳୟ ରୁ ପଞ୍ଚାୟତ ପର୍ଯ୍ୟନ୍ତ ଦୁର୍ନୀତି ରେ ବୁଡି ରହିଛି ଡାବୁଗାଁ ବ୍ଲକ ବୋଲି ଅଭିଯୋଗ କରିଛନ୍ତି ହିନ୍ଦୁ ମହାସଂଘ।
ଡାବୁଗାଁ ରୁ ସମୀର ଭତ୍ରାଙ୍କ ରିପୋର୍ଟ ଫୋକସ ପ୍ଲସ |