ଫୋକସ ପ୍ଲସ(କଣାସ)୧୯/୦୮/୨୦୨୨: ବନ୍ୟା ଆସିଛି ଦୃଦର୍ଶା ବଢୁଛି । ରାଜ୍ୟ ର ପୁରୀ ଜିଲ୍ଲା କଣାସ ଅଞ୍ଚଳ ହେଉଛି ଚିଲିକା ଓ ତଳିଆ ଅଞ୍ଚଳ ଭାବେ ବେସ ଜଣାଶୁଣା । ଉପର ମୁଣ୍ଡର ବନ୍ୟା ଜଳ ସ୍ଥର ଦୟା ,ମକରା,ରାଜୁଆ ନଦୀ ଦେଇ ଚିଲିକାରେ ମିସିଥାଏ । ଜାହାକୁନେଇ ଏବେ ଦୟା ନଦୀରେ ବନ୍ୟା ର ଜଳସ୍ଥର ଅଧିକ ବଢ଼ିବାରେ ଲାଗିଛି । କଣାସ ର ଦୁଇ ତିନଟି ଜାଗାରେ ଘାଇ ହେବାପରେ ।ଏବେ ବଢିଯାଇଛି ଦୁର୍ଦ୍ଦଶା । ପ୍ରଶାସନ ତରଫରୁ ସମସ୍ତ ସୁବିଧା ସହଯୋଗ ଦେବାପାଇଁ ଲାଗିପଡିଛନ୍ତି ନେତା ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନେ । ସେହି ଭଳି ଆଜି କଣାସ ଚୁପୁରିଙ୍ଗି ପାହିଲୁଣ୍ଡି ଠାରେ ସୃଷ୍ଟି ହୋଇଥିବା ଘାଇ,ନଦୀର ମଝୀରେ ରହିଥିବା ଗ୍ରାମ ଗଡ଼ବଲଭଦ୍ରପୁର, କଣାସ ରୁ ବିଚ୍ଛିନ୍ନ ହୋଇସାରିଥିବା ଦୋକନ୍ଦା,ବଡାସ,ଦୁଇଟି ପଞ୍ଚାୟତ ର ଗ୍ରାମକୁ ବୋଟ ମାଧ୍ୟମରେ ଜଳ ଯାତ୍ରା କରି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତିସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ସମେତ ରାଜ୍ୟ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । କହିଛନ୍ତି ବନ୍ୟା ବିପନ୍ନଙ୍କୁ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ,ରନ୍ଧା ଖାଦ୍ୟ,ମେଡ଼ିସିନ ପାଣି , ଗୋ ଖାଦ୍ୟ ଆଦି ଦିଆଯାଇଛି ଏବଂ ବନ୍ୟା ପାଣି ଛାଡିବା ପରେ କ୍ଷତି ଗ୍ରସ୍ଥ ହୋଇଥିବା ଚାଷୀ ଙ୍କ ଚାଷ ଓ ବନ୍ୟା ବିପନ୍ନଙ୍କ ଘର ଭଙ୍ଗା ଅନୁଧ୍ୟାନ କରି ସେମାନଙ୍କୁ ସମସ୍ଥ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
କଣାସ ରୁ ସୈ।ମ୍ୟ କାନ୍ତ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |