ଏକଦା ବଡ ହାତୀଟିଏ ନିଜ ହାତୀ ଦଳ ଉପରେ ରାଜତ୍ୱ କରୁଥିଲା I ସେ ଭାରି ବୁଦ୍ଧିଶୀଳ ଓ ନ୍ୟାୟ ପରାୟଣ ରାଜା ଥିଲା I ଥରେ ଜଙ୍ଗଲ ରେ ବହୁତ ବଡ ଵିପତ୍ତି ପଡିଲା I ଜଙ୍ଗଲ ର ସବୁ ପୋଖରୀ ନାଳ ଓ ଝରଣା ଗୁଡିକ ଶୁଖିଗଲା I ସବୁ ହାତୀ ତୃଷାର୍ତ୍ତ ଓ ବଳଶୂନ୍ୟ ହୋଇପଡିଲେ I ରାଜା ହାତୀ ନିଜ ସାଥି ମାନଙ୍କର ଏ ଅବସ୍ଥା ଦେଖି ବହୁତ ଚିନ୍ତିତ ହୋଇପଡିଲେ I ସେ କିଛି ହାତୀ କୁ ଏଣେ ତେଣେ ଅଲଗା ଅଲଗା ଦିଗକୁ ଜଳର ସନ୍ଧାନ ଲାଗି ପଠାଇଥିଲେ I ପରିଶେଷରେ ଗୋଟିଏ ହାତୀ ଶୁଭ ଖବର ନେଇ ଆସିଲା ଯେ ଗୋଟେ ସ୍ୱଚ୍ଛ ପାଣି ପୂର୍ଣ୍ଣ ଗଭୀର ପୋଖରୀ ଯଥେଷ୍ଟ ଦୂରରେ ଅଛି I ରାଜା ନିଷ୍ପତି ନେଲେ ସବୁ ହାତୀ ମାନଙ୍କୁ ସେ ପୋଖରୀ ପାଖକୁ ନେଇଯିବେ I ସବୁ ଛୋଟ ,ବଡ, ଛୁଆ ହାତୀ ଏହି ଅଭିଯାନରେ ବାହାରି ପଡିଲେ I ଏହା ଏକ ସୁଦୀର୍ଘ ଅବିଶ୍ରାନ୍ତ ଯାତ୍ରା ଥିଲା I ଶେଷରେ ଯେତେବେଳେ ସେ ନିଜର ଲକ୍ଷ ସ୍ଥଳ ରେ ପହଁଚିଲେ ସେତେବେଳେ ସବୁ କ୍ଲାନ୍ତ ହୋଇ ଭାଙ୍ଗି ପଡ଼ିଥିଲେ I ସେମାନଙ୍କ ତଣ୍ଟି ଶୁଖିଯାଉଥିଲା I ଶୀତଳ ଜଳ ଟୋପା ପିଇବା ପାଇଁ ଅଧୀର ହୋଇପଡିଥିଲେ I ସମସ୍ତେ ଶୀଘ୍ରତାର ସହିତ ଜଣଙ୍କ ଉପରେ ଜଣେ ପିଟାପିଟି ହୋଇ ପୋଖରୀ ଆଡକୁ ଧାଇଁଲେ I ପୋଖରୀ ଚାରି କଡରେ ଥିବା ନରମ ଆଉ ସନ୍ତସନ୍ତିଆ ବାଲି ଉପରେ ଅନେକ ସଂଖ୍ୟାରେ ଠେକୁଆ ନିଜର ଘର କରି ରହୁଥିଲେ I ସେଠାରେ ସେମାନେ ଶାନ୍ତିରେ ବହୁତ ଦିନରୁ ରହିଆସୁଥିଲେ I ହାତୀ ମାନେ ଏପରି ଧସ୍ତା ଧସ୍ତୀ ହୋଇ ପଶୁଥିଲେ ଯେ ତାଙ୍କ ପାଦରେ ଠେକୁଆ ମାନଙ୍କର ଗାତ ପୋତି ହୋଇଗଲା ଓ ପାଦତଳେ ଦଳି ହୋଇ ବହୁତ ଠେକୁଆ ମରିଗଲେ I ଠେକୁଆ ମାନଙ୍କ ମଧ୍ୟରେ ଗୋଟିଏ ଭାଳେଣି ପଡିଗଲା I ହାତୀ ମାନେ ପାଣି ପିଇସାରି ଫେରିବା ପରେ ,ବଂଚିଯାଇ ଥିବା ଠେକୁଆ ମାନେ ଗୋଟେ ସଭା ଡକାଇଲେ I ସାମନେ କହିଲେ ଯଦି ହାତୀ ମାନେ ଏହି ପରି ପାଣି ପିଇବାକୁ ସବୁବେଳେ ଆସିବେ ତେବେ ଆମେ କଣ କରିବା I ଆମ ମାନଙ୍କ ମଧ୍ୟରୁ କେହି ବଂଚିବେ ନାହିଁ I ଠେକୁଆ ମାନଙ୍କ ମୁଖିଆ ଠିକ କଲେ ହାତୀମାନଙ୍କୁ ଦୁରେଇ ରଖିବା ପାଇଁ କିଛି ଗୋଟେ ଉପାୟ କାଢିବାକୁ ପଡିବ I ସମସ୍ତେ ଉପାୟ ଚିନ୍ତାରେ ଲାଗିପଡ଼ିଲେ I ଶେଷରେ ଗୋଟିଏ ଉପାୟ ବାହାର କଲେ ଏବଂ ଏହି କାମ କରିବା ପାଇଁ ମୁଖିଆ ଠେକୁଆ ଚାରି ଆଡକୁ ଦେଖି ଥରକ ମାନଙ୍କ ଭିଡ ଭିତରୁ ଗୋଟିଏ ଛୁଟିଆ ଠେକୁଆକୁ ନିର୍ଦେଶ ଦେଲା I ଏହି ଦୁସାର୍ଦ୍ଧ କାର୍ଯ୍ୟ କରିବାକୁ ଏହି ଠେକୁଆ ଟି ବହୁତ ଚାଲ ଚଂଚଳ ଓ ବିଶ୍ୱାସ ଯୋଗ୍ୟ ଅଟେ I ଉପାୟଟି ଥିଲା ଏହି ପ୍ରକାର I ଆଉ କିଛି ସମୟ ପରେ ସନ୍ଧ୍ୟା ହେବ, ଆକାଶରେ ଚାନ୍ଦ ଉଇବ I ତାର ପ୍ରତିବିମ୍ବ ପାଣିରେ ପଡିବ I ଆମେ ହାତୀ ମାନଙ୍କୁ ଯଦି ବୁଝାଇ ପାରିବ ଏହି ଚାନ୍ଦ ହେଉଛି ପୋଖରୀର ପ୍ରଭୁ I ଏବଂ ସେ କାହାର ପୋଖରିରୁ ପାଣି ପିଇବା ପାଇଁ ପସନ୍ଦ କରନ୍ତି ନାହିଁ ଏବଂ ତାଙ୍କ କଥା ଅମାନ୍ୟ କଲେ ସେ ଅଭିଶାପ ଦେବେ I ଏହି କାର୍ଯ୍ୟକୁ ତୁଲାଇବା ପାଇଁ ଛୋଟ ଠେକୁଆ ଟି ମୁଖିଆ ଙ୍କ କଥାରେ ରାଜି ହୋଇଗଲା I ପର ଦିନ ସକାଳୁ ଠେକୁଆଟି ହାତୀ ମାନଙ୍କ ରାଜା ପାଖକୁ ଗଲା ଏବଂ କହିଲା ମହାରାଜ ପ୍ରଣାମ I ମତେ ଚନ୍ଦ୍ର ଦେବତା ପଠାଇ ଛନ୍ତି I ମୁ ଆପଣଙ୍କ ପାଇଁ ଗୋଟେ ଖବର ନେଇ ଆସିଛି I ହାତୀ ରାଜା ଖାଦ୍ୟ ଖାଉଥିଲେ, ଠେକୁଆ ତା ଖାଇବା ସମୟରେ କିଛି କହିବା ତା ଭଲ ଲାଗିଲା ନାହିଁ I ସେ ରାଗି କରି କହିଲା, ‘ ଚନ୍ଦ୍ର ଦ୍ବେବତା କିଏ ଏବଂ ସେ ମତେ କାହିଁକି ଖବର ପହଂଚାଇଛନ୍ତି ? ଆପଣ କଣ ଚନ୍ଦ୍ର ଦେବତାଙ୍କ ବିଷୟରେ କିଛି ଶୁଣି ନାହାନ୍ତି’ I ଠେକୁଆ ଦୁଃଖ ଭରା କଣ୍ଠରେ କହିଲା, ସେ ବହୁତ ବଳ ଶାଳୀ ଦେବତା I ସେ ତୁମ ଉପରେ ଖୁସି ନାହାନ୍ତି ବୋଲି ଏହି ଖବର ପଠାଇଛନ୍ତି I ତୁମେ ଓ ତୁମ ସାଥି ମାନେ ତାଙ୍କର ବିନା ନିମନ୍ତ୍ରଣରେ ତାଙ୍କ ରହିବା ସ୍ଥାନକୁ ଚାଲିଗଲ I ତେଣୁ ସେ ରାଗିକରି ଅଭିଶାପ ଦେବାକୁ ଚିନ୍ତା କରିଛନ୍ତି ଯେ ତୁମର ହାତୀ ବଂଶ ଲୋପ ପାଇଯିବ ବୋଲି ରାଜା ପଚାରିଲେ ଏ ଚନ୍ଦ୍ର ଦେବତା କେଉଁଠି ରହୁଛନ୍ତି ? ସେ ପୋଖରୀ ମଝିରେ ଗଭୀର ପାଣିରେ ରହୁଛନ୍ତି I ସେ ତୁମ ଉପରେ ଅତ୍ୟନ୍ତ କ୍ଷୁ କ୍ଷୁବ୍ଧ କାରଣ ତୁମେ ବିନା ଆଦେଶରେ ସେଠାକୁ ତୁମ ସାଥୀମାନଙ୍କୁ ନେଇ ଯାଇଥିଲ I ମୁଁ କିପରି ବିଶ୍ୱାସ କରିବି ଯେ ତୁ ସତ କହୁଛୁ ବୋଲି ? ଯଦି ମୋ ସାଙ୍ଗରେ ଯିବ ତେବେ ସ୍ୱୟଂ ଚନ୍ଦ୍ରଦେବତାଙ୍କୁ ଦେଖିପାରିବ I ତୁମେ ସେଠାକୁ ଯାଇ ଚନ୍ଦ୍ର ଦେବତାଙ୍କୁ ପ୍ରଣାମ ଜଣାଇ ଫେରି ଆସିବ I ହୁଏତ ସେ ତୁମ ବ୍ୟବହାରରେ ସନ୍ତୁଷ୍ଟ ହୋଇ ତୁମକୁ କୌଣସି ଦଣ୍ଡ ନଦେଇ ପାରନ୍ତି I ଠେକୁଆଟି ହାତୀମାନଙ୍କ ରାଜାଙ୍କୁ ପୋଖରୀ ପାଖକୁ ନେଇଗଲା ଏବଂ ହାତୀ ରାଜା ଦେଖିଲେ ସତରେ ପୋଖରୀର ସଫା ପାଣିରେ ଜହ୍ନ ଚିକ ମିକ କରୁଥିଲା I ଠେକୁଆ ଧୀର କଣ୍ଠରେ କହିଲା – ଦେଖ ଜହ୍ନ କିପରି ଚିକମିକ କରୁଛି I ଆପଣ କଣ ଜାଣି ପାରୁନାହାନ୍ତି ଜହ୍ନ ଦେବତାଙ୍କ ଉଜ୍ଜ୍ୱଳତା କେତେ ପ୍ରଭାବଶାଳୀ ? ହାତୀ ମାନଙ୍କ ରାଜା ଭାବିଲା ସତରେ ଚନ୍ଦ୍ର ଦେବତା ଏଠାରେ ରହୁଛନ୍ତି I ସେ ନିଜ ଆଣ୍ଠୁମାଡ଼ି ଚନ୍ଦ୍ରଙ୍କୁ ପ୍ରଣାମ ଜଣାଇଲା I କହିଲା, ଆଜିଠାରୁ ନିଜ ଦଳକୁ ପାଣି ପିଆଇବକୁ ଅନ୍ୟ କୌଣସି ସ୍ଥାନକୁ ନେଇଯିବି I ଠେକୁଆ ମାନେ ତାଙ୍କ ବିଜୟର ଖୁସିରେ ଆତ୍ମହରା ହୋଇ ନାଚି ଉଠିଲେ I