ଟିକାକରଣ ସଚେତନତା ସଭା ଅନୁଷ୍ଠିତ

ଫୋକସ ପ୍ଲସ ୧୦/୬/୨୨ (ଦିଗପହଣ୍ଡି):ସ୍ୱେଚ୍ଛାସେବି ଅନୁଷ୍ଠାନ “ସେଭ୍ ଦି ଚିଲଡ୍ରେନ”ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ କୋଭିଡ଼ ଟୀକାକରଣ ଦିଗରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିବା ସହ ଗୋକର୍ଣ୍ଣପୁର ପଞ୍ଚାୟତ ର ବାର ବର୍ଷ ରୁ ଉର୍ଦ୍ଧ ସମସ୍ତ ହିତାଧିକାରୀଙ୍କୁ ଶହ ପ୍ରତିଶତ ଟୀକାକରଣ ଶୁନିଶ୍ଚିତ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ଗୋକର୍ଣ୍ଣପୁର ଗ୍ରା.ପ ପଞ୍ଚାୟତ ଶ୍ରୀମତି ଡି. ଆରତୀ ଦୋରା ଙ୍କ ଅଧ୍ୟକ୍ଷତାରେ ରେ ସଭା ଆରମ୍ଭ ହୋଇଥିବା ବେଳେ “ସେଭ ଦି ଚିଲଡ୍ରେନ”ର କ୍ଷେତ୍ର ସଂଯୋଜକ ଅକ୍ଷୟ ପଟନାୟକ ସଭାପରିଚାଳନା କରିଥିଲେ l ଏଥିରେ ଗୋକର୍ଣ୍ଣପୁର ପଞ୍ଚାୟତର ନାଏବ ସରପଞ୍ଚ ଶେଖର ଦୋରା ସମେତ ୱାର୍ଡ ସଭ୍ୟସଭ୍ୟା, ଆଶା କର୍ମୀ ଓ ଗ୍ରାମ ବାସି ପ୍ରମୁଖ ଉପସ୍ଥିତ ଥାଇ ନିଜେ ସଚେତନ ରହିବ ସହିତ ଅନ୍ୟ ମାନଙ୍କୁ କିଭଳି ସଚେତନ କରିବେ ସେହି ବିଷୟରେ ଆଲୋଚନା କରି ଶିଶୁ ମାନଙ୍କୁ ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ “ସେବ୍ ଦି ଚିଲଡ୍ରେନ” ବେସି ବିଜୟ,ଚନ୍ଦ୍ରପ୍ରକାଶ ରାଉତ ଓ ସୁନୀଲ ଦୋରା ସହଯୋଗ କରିଥିବା ବେଳେ କ୍ଷେତ୍ର ସଂଯୋଜକ ଦୟାନିଧି ଜଗତ ଧନ୍ୟବାଦ ଅର୍ପଣ କରିଥିଲେ l

ଦିଗପହଣ୍ଡି ରୁ ହରି ରେଡ୍ଡୀ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *