ଫୋକସ ପ୍ଲସ (ସୁନ୍ଦରଗଡ) ୨୫/୦୭/୨୦୨୨: ଟାଟା ପାୱାର ସାରା ଓଡିଶାକୁ ବିଦୂତ ଯୋଗାଇବା ପାଇଁ ଟେଣ୍ଡର ପାଇଥିବା ବେଳେ,ସେ ପୁନଃ ଟେଣ୍ଡର ବାହାର କରି ବିଭିନ୍ନ ଏଜେନସି ମାଧ୍ୟମରେ ସେହି କାର୍ଯ୍ୟ କରି ଆସୁଛି,ସେଇଭଳି ଭଞ୍ଜନଗର ଅଂଚଳରେ ବୁଧମ ବିଲଡର ଏଜେନସି କାର୍ଯ୍ୟ କରି ଆସୁଛି l ଏହି ଏଜେନସି ରେ କାର୍ଯ୍ୟରତ ସୁଶାନ୍ତ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସିଵାନନ୍ଦ ଦାସଙ୍କ ନାରେ ଲାଞ୍ଚ ନେଇ ଚାକିରୀ ଦେଉଥିବା ଥିବାର ସାଙ୍ଘାତିକ ଅଭିଯୋଗ ଆସିଛି lଏହି ଲାଞ୍ଚ ଦିୟା ନିୟା ବହୁତ ପୁରୁଣା ସାଉଥକୋ ଅଧିନସ୍ଥ ସାଇ କମ୍ପୁଟର, ନାରାୟଣ ଏଜେନସି ଏବେ ବୁଧମ ଏଜେନସି ପର୍ଯ୍ୟନ୍ତ ଲମ୍ବିଛି l
ସୂଚନା ଅନୁଯାଇ ଏଡିଏମଏସ କୋ ଓ ନାରାୟଣ ଏଜେନସି ଏବିଷୟରେ ଜାଣିବାପରେ ପ୍ରଶାନ୍ତ ପଣ୍ଡା ଙ୍କୁ ନିଲମ୍ବିତ କରିଥିଲେ ଏବଂ ସୁଶାନ୍ତ ପଣ୍ଡା ଓ ଶିବାନନ୍ଦ ଦାସ ଉପରେ ପଦକ୍ଷେପ ନେବପୂର୍ବରୁ ଏଜେନସିର କାର୍ଯ୍ୟ କଳାପ ସରି ଆସିଥିଲା l ଶୁଣନ୍ତୁ ଏ ନେଇ କଣ କହୁଛନ୍ତି l
ଯାହାର ଫାଇଦା ନେଇ ସୁଶାନ୍ତ ପଣ୍ଡା, ପ୍ରଶାନ୍ତ ପଣ୍ଡା ଓ ଶିବାନନ୍ଦ ଦାସ ନୁଆ ଏଜେନସି ବୁଧମ ବିଲଡ଼ର କାର୍ଯ୍ୟରତ ରହି କାର୍ଯ୍ୟ ରତ ଥିବା ମିଟର ରିଡର ପିଲାଙ୍କୁ ହଇରାଣ କରୁଥିବା ଅଭିଯୋଗ ଥିବା ବେଳେ ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତି କରଣ କରିବା ନିମନ୍ତେ ସ୍ୱୟଂସହାୟକ ଗୋଷ୍ଠୀ ଙ୍କୁ ବିଲ କଳଲେକ୍ସନ ରେ କାର୍ଯ୍ୟ ରତ ଥିବା କିଛି ମହିଳାଙ୍କୁ କାମରେ ବାଧା ସୃଷ୍ଟି କରିବା ସଙ୍ଗେ ବ୍ୟବହାର କଥା ବାର୍ତା ଠିକ ସେ ନ କରୁଥିବା ଶୁଣିବାକୁ ମିଳିଛି l
ବିଦୂତ ବିଭାଗ ଏବଂ ଏଜେନସି ମଧ୍ୟ୍ୟରେ ମଧୁଚନ୍ଦ୍ରିକା ଚାଲିଛି କି ?
ଭିତରେ ଭିତରେ ଏତେ ଘଟଣା ଘଟିଲା ପରେ କାର୍ଯାରତ ଥିବା ଏଜେନସି ଆଉ ଏଭଳି ବ୍ୟକ୍ତିଙ୍କ ଭିତରେ ସଲାସୁତାର ତ ନାହିଁ ?
ଜନସାଧାରଣ ଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି l
ଖବର ପ୍ରସାରଣ ପରେ ବିଦୂତ ବିଭାଗ ଆଉ ଏଜେନସି କେଉଁ ଭଳି ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା l
ଭଞ୍ଜନଗରରୁ ନଗେଶ୍ୱ ଚନ୍ଦ୍ର ପାଢ଼ୀଙ୍କ ରିପୋର୍ଟ ଫୋକସ ପ୍ଲସ |