ଫୋକସ ପ୍ଲସ(ତାଳଚେର)୧୩/୦୮/୨୦୨୨: ତାଳଚେର ବ୍ଲକ୍ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଏ୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଥିବା ୫୭ ଜଣ ଛାତ୍ରଛାତ୍ରୀଙ୍କୁ ‘ପ୍ରମେୟ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏମ୍ସିଏଲ୍ର ଅନନ୍ତ ଡିଏଭି ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ବିଭିନ୍ନ ଉତ୍ଥାନ ଓ ପତନ ମଧ୍ୟରେ ଆମକୁ ଗତି କରିବାକୁ ପଡ଼ିଥାଏ ବୋଲି କହିବା ସଙ୍ଗେ ସଙ୍ଗେ ଏହା ହେଉଛି ସାମାନ୍ୟ ସଫଳତା ଓ ଏହା ଗୋଟିଏ ପାହାଚ ମାତ୍ର । ତେଣୁ ନିଜକୁ ଗନ୍ତବ୍ୟ ପଥରେ ପହଞ୍ôଚବାକୁ ହେଲେ ବହୁ ପଥ ଆହୁରି ବାକି ରହିଛି । ଜ୍ଞାନର ବ୍ୟାପକତା ରହିଥିବା ଦୃଷ୍ଟିକୋଣରୁ ଏହା କେବେ ଶେଷ ହୋଇନଥାଏ ଓ ଜୀବନରେ ଗଭୀର ଜ୍ଞାନ ଆହରଣ କରି ଦେଶର ସେବା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କର ମୂଳ ଲକ୍ଷ୍ୟ ରହିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଚିନ୍ମୟୀ ଚେତନା ଦାସ, ବ୍ଳକ୍ ଶିକ୍ଷାଧିକାରୀ ଖଗେଶ୍ୱର ବେହେରା, ଏମ୍ସିଏଲ୍ ଜଗନ୍ନାଥ କୋଇଲା କ୍ଷେତ୍ରର ମୁଖ୍ୟ କାର୍ମୀକ ପ୍ରବନ୍ଧକ ବିରଞ୍ôଚ ଦାସ, ମୁଖ୍ୟ ବିତ୍ତୀୟ ପ୍ରବନ୍ଧକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ତାଳଚେର ଅଞ୍ଚଳର ଏ୧ ଗ୍ରେଡ୍ ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ପ୍ରମେୟର ଏହି ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନନ୍ତ ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ଅଧ୍ୟକ୍ଷତା କରି ଏଭଳି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ତାଙ୍କ ସ୍କୁଲରେ ଅନୁଷ୍ଠିତ ହୋଇଥିବାରୁ ଧନ୍ୟବାଦ ଦେବା ସହ ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ତାଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରମେୟ ତାଳଚେର ପ୍ରତିନିଧି ଡକ୍ଟର ରଶ୍ମିରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟାପକ କରୁଣାକର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ବରିଷ୍ଠ ଅଧ୍ୟାପକ ପ୍ରଭାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପୁରସ୍କାର ବିତରଣରେ ଅଧ୍ୟାପକ ଅଞ୍ଜନ ମୁଦୁଲି ସହଯୋଗ କରିଥିଲେ । ପ୍ରଥମେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ଫଟୋଚିତ୍ରରେ ଅତିଥିବୃନ୍ଦ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅଧ୍ୟାପକ ଅନ୍ତର୍ଯ୍ୟାମୀ ସାହୁ, ବିଶ୍ୱବିଜୟିନୀ ରାମନନ୍ଦିନୀ, ସିମାଞ୍ଚଳ ପତି, ରବିିନାରାୟଣ ପଣ୍ଡା ଓ ମାନସ ରଞ୍ଜନ ମିଶ୍ରଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।