ଫୋକସ ପ୍ଲସ ୨୯/୫/୨୨(ରାୟଗଡ଼ା): ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆଜି ବ୍ରହ୍ମପୁର ସ୍ଥିତ ଅଭିନନ୍ଦନ ମଣ୍ଡପ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ଵବିଦ୍ୟାଳୟ ର ଆଡ଼ମିଶନ ବିଭାଗର ଡ଼ିନ, ପ୍ରଫେସର ଗୋପାଳ କୃଷ୍ଣ ମହାନ୍ତି , ଇଲେ୍ଟ୍ରୋନିକ୍ସ ବିଭାଗ ର ଅଧ୍ୟାପକ ପ୍ରଫେସର ଡ଼ଃ ଅମି କୁମାର ପରିଡା ଏବଂ କୃଷି ବିଜ୍ଞାନ ବିଭାଗ ର ଡେପୁଟି ଡିନ ଶ୍ରୀ ଅଶୋକ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଵିଶ୍ଵବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ଉଚ୍ଚମାନର ଶିକ୍ଷା ଦାନ, ପ୍ରଶିକ୍ଷଣ ଓ ଗ୍ରନ୍ଥାଗାର ର ସହ ଉଚ୍ଚମାନର ନିଯୁକ୍ତି ସୁଯୋଗ ଛାତ୍ରଛାତ୍ରୀ ମାନଙ୍କୁ ଦେଉଥିବା କହିଛନ୍ତି। ସେହିଭଳି ଛାତ୍ରଛାତ୍ରୀ ମାନେ ବହୁଦେଶୀୟ କମ୍ପାନୀ ମାନଙ୍କରେ ନିଯୁକ୍ତି ପାଇ ରେକର୍ଡ ସୃଷ୍ଟି କରିବା ସହ ଅନୁଷ୍ଠାନ ର ଟେକ ରଖୁଥିବା ନିଜ ଭାଷଣ ରେ କହିଥିଲେ। ଚଳିତ ବର୍ଷ ରେକର୍ଡ ୯୬% ପ୍ରତିଶତ ଛାତ୍ରଛାତ୍ରୀ ବହୁ ଦେଶୀୟ ଓ ଅନ୍ତର୍ଦେଶୀୟ କମ୍ପାନୀ ରେ ନିଯୁକ୍ତି ପାଇ ଥିବା ଅନୁଷ୍ଠାନ ପାଇଁ ଗୌରବ ର ବିଷୟ ବୋଲି ଦର୍ଶାଇ ଥିଲେ। ଅନୁଷ୍ଠାନ ର ପୁରାତନ ଓ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ବିଷୟ ରେ ଉପସ୍ଥିତ ଅନୁଷ୍ଠାନ ର ପ୍ରଫେସର ମାନଙ୍କ ସହ ଆଲୋଚନା କରିଥିଲେ। ଆଡ଼ମିଶନ ବିଭାଗର ଆଞ୍ଚଳିକ ଅଧିକାରୀ ବିଜୟ କୁମାର ସାହୁ, ପ୍ରଶାନ୍ତ ବେହେରା, ଅବିର ଭୂଷଣ ପଣ୍ଡା ପ୍ରମୁଖ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ ।ଏହିଭଳି ସମ୍ମିଳନୀ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରିଥିବାରୁ ଅଭିଭାବକ ମାନେ ଵିଶ୍ଵବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।