ଫୋକସ ପ୍ଲସ (ବାରିପଦା)୩୦/୦୬/୨୦୨୨: ବାରମ୍ବାର ଦାବୀ ସତ୍ତ୍ୱେ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ଆମ ମୟୁରଭଞ୍ଜ ରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ସହ ସୌନ୍ଦର୍ୟିକରଣ ଓ ବିକାଶ କରିବା ବାବଦରେ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ, ଆଜି ମୟୂରରଭଞ୍ଜ ଜିଲ୍ଳାପାଳଙ୍କ ଅଫିସ ଘେରାଉ କରିଛି ଜିଲ୍ଲାର ଏକ ମାତ୍ର ଅଣ ରାଜନୈତିକ ସଂଗଠନ ଭଂଜସେନା।ଭଂଜସେନା ର କାର୍ଯ୍ୟକର୍ତା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ବିଭିନ୍ନ ପ୍ରକାର ନାରା ଦେଇ ସରକାର ଙ୍କୁ ସମାଲୋଚନା କରିଥିଲେ।ପରେ କର୍ମକର୍ତା ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ, କାର୍ଯ୍ୟକର୍ତା କୁ ବୁଝାସୁଝା କରାଯିବା ପରେ ,ସେମାନେ ଜିଲ୍ଲାପାଳ କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି |
ବାରିପଦାରୁ ତରୁଣ କୁମାର ଦାଶ ଙ୍କ ରିପୋର୍ଟ ଫୋକସ୍ ପ୍ଲସ |