ଫୋକସ ପ୍ଲସ(ଢେଙ୍କାନାଳ)୧୩/୦୮/୨୦୨୨: ସୂଚନା ଅଧିକାର ଆଇନ ଖୋଲିଦେଲା କୃଷି ବିଭାଗ ର ଅସଲ ମୁଖା | ସାମ୍ନା କୁ ଆସିଲା ରାଜ୍ୟ ସରକାରଙ୍କ କୃଷି ବିଭାଗ ର ଜଣେ ମହିଳା ଅଧିକରିଣୀଙ୍କ କଳା କାରନାମା, ଠାକୁରଙ୍କୁ ଖାଇ ଖଟୁଲି କୁ ବି ଛାଡିନାହାନ୍ତି |ଚାଷୀଙ୍କ ନାମ ରେ ବାମ ହାତ ଡାହାଣ ହାତ ରେ ଜାଲି ଦସ୍ତକତ କରି ନିରୀହ ଚାଷୀଙ୍କ ଟଙ୍କା କୁ କରିଛନ୍ତି ଆତ୍ମସାତ। ଏ ସବୁ ଦୁର୍ନୀତି କୁ ତଥ୍ୟ ଆକାର ରେ ସରକାରଙ୍କ ନଜର କୁ ଆଣିବା ପାଇଁ ସୂଚନା କର୍ମୀ ତଥା ସାମ୍ବାଦିକ ଙ୍କୁ ଜେଲ ରେ ଭର୍ତି କରିବାକୁ ବି ପଛାଇ ନଥିଲା ସରକାରଙ୍କ ଏହି ବିଭାଗ। ଆଉ ଏସବୁ ର ମୁଖ୍ୟ କାର୍ପଟଦାର ଙ୍କୁ ହରଡ଼ଘଣାରେ ପକାଇଛି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ। ।୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ କୃଷି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇବା ପାଇଁ ୨୦୨୧ ନଭେମ୍ବର ମାସ ରେ ନର୍ଲା କୃଷି ବିଭାଗ କୁ ସୂଚନା ଅଧିକାର ଆଇନ ବଳ ରେ କିଛି ତଥ୍ୟ ମଗାଯାଇଥିଲା। ଆଉ ସେତେ ବେଳେ ବିଭାଗ ର ଦାଇତ୍ୱ ରେ ଥିଲେ ମହିଳା ସହକାରୀ କୃଷି ଅଧିକାରିଣୀ ଶିବାନୀ ପ୍ରଧାନ। ଆଉ ଯାହା ଫଳରେ କୃଷି ଅଧିକାରୀଣିଙ୍କ ସବୁ କଳା କାରନାମା ପଦାକୁ ଆସିଯିବା ଜାଣି ଜଣେ ସାମ୍ବାଦିକଙ୍କ ନାମରେ ନର୍ଲା ଥାନା ରେ ଶିବାନୀ କରିଥିଲେ ମିଛ ଓ ଜାତିଆଣ କେଶ। ମିଥ୍ୟା କେଶ କୁ ଭିତ୍ତି କରି ନର୍ଲା ପୋଲିସ ସାମ୍ବାଦିକଙ୍କୁ ରାତିଅଧିଆ ଉଠାଇ ନେଇ ଜେଲ ରେ ପୁରାଇଥିଲା | ହେଲେ ଆଜି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଖୋଲି ଦେଲା ସହକାରୀ କୃଷି ଅଧିକାରୀଣି ଶିବନୀ ପ୍ରଧାନ ଙ୍କର ଦୁର୍ନୀତି ର ଅସଲ ମୁଖା। ନିରୀହ ଚାଷୀ ଙ୍କ ନାମରେ ଜାଲି ଦସ୍ତଖତ କରି ଯୋଜନା କୁ ଆତ୍ମସାତ କରିଥିବା ର ସାଂଘାତିକ ତଥ୍ୟ ଲାଗିଛି ଫୋକସ ପ୍ଲସ ହାତରେ। ଦିଆଯାଇଥିବା ତଥ୍ୟ ରୁ ବର୍ତ୍ତମାନ ସ୍ପଷ୍ଟ ଜାଣିହଉଛି ଯେ , ନିରୀହ ଗରିବ ଚାଷୀଙ୍କ ମୁଣ୍ଡ ରେ କଳା କନା ବୁଲେଇ ନିରୀହ ଚାଷୀଙ୍କ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହଡ଼ପ କରି ଦେଇଛି ଏ ଶିବନୀ ପ୍ରଧାନ। ଚାଷୀଙ୍କ ସାର, ବିହନ ଓ କପା ଜନିତ ଔଷଧ କୁ ସର୍ଵଗିଳା ଶିବନୀ କରିଛି ଆତ୍ମସାତ। ଆଉ ଏସବୁ ତଥ୍ୟ ପଦାକୁ ଆସିବା ପରେ ଦଲାଲ ଶୋଷଣ କାରୀଙ୍କ ମୋହରା ସାଜିଥିବା ଏ ନିରୀହ ଗରିବ ଚାଷୀ ଆଜି ଠିକ ବୁଝିପାରିଛି । ବାଗପୁର ଗ୍ରାମ ପଞ୍ଚାୟତ ର ଜାମପଡ଼ା ଗ୍ରାମର ବିଭିନ୍ନ ଚାଷୀ ଠକାମୀ ର ଶିକାର ହେଇଥିବା ନିଜେ ଚାଷୀ ଏବେ ତାଙ୍କ ମୁଁହ ରୁ କହୁଛନ୍ତି l ଜାମପଡ଼ା ଗ୍ରାମର ଉଦେ ବାଗ,ସନ୍ କୁମର କୁମାର, କଚରି କୁମାର, ଶ୍ରୀମୁଖ ବାଗ, ନୀଳ ପରାଭୋଇ, ଗୁଆଦେଇ ମାଝୀ,ରୋମାଞ୍ଚଳ କରୁଆଁ,ନବୀନ ମାଝୀ ପରି ଅନେକ ଚାଷୀ ଚାଷ ଭିତ୍ତିକ ସାମଗ୍ରୀ ପାଇ ନ ଥିବା ବେଳେ ତାଙ୍କ ନାଁ ରେ ଜାଲ ଦସ୍ତଖତ କରି ସାମଗ୍ରୀ ଗୁଡ଼ିକୁ ହଡ଼ପ କରିଦିଆଯାଇଛି l କିଛି ଚାଷୀ ମାନଙ୍କୁ ୨ କିଲୋ ମୁଗ ଦେଇଥିବା ବେଳେ ତାଙ୍କ ନାଁ ରେ ୧୨ ରୁ ୧୫ କେଜି ଦିଆ ଯାଇଥିବା ରିପୋର୍ଟ ରେ ଉଲ୍ଲେଖ କରାଯାଇଛି l ସେହିପରି କେତେକ ଚାଷୀ କୌଣସି ପ୍ରକାର ଔଷଧ ପାଇ ନାହାନ୍ତି କିନ୍ତୁ କାର୍ଯ୍ୟାଳୟ ରୁ ଆସିଥିବା ଲିଷ୍ଟ୍ ରେ ସେମାନଙ୍କ ନାମ ଉଲ୍ଲେଖ କରାଯାଇଛି l ବଡ଼ ବଡିଆ ଚାଷୀ ନାଁ ରେ ମାଳ ମାଳ ଔଷଧ ଓ ବିହନ ଦିଆ ଯାଇଥିବା ଉଲ୍ଲେଖ କରାଯାଇଛି ଓ ସେମାନଙ୍କର ଦସ୍ତଖତ ମଧ୍ୟ ରହିଛି ହେଲେ ସେ ବାସ୍ତବରେ ଉକ୍ତ ଚାଷୀ ମାନଙ୍କୁ ମାତ୍ର ଗୋଟିଏ ରୁ ଦୁଇଟି ଔଷଧ ଦିଆ ଯାଇଛି l ଚାଷୀ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ଚିନ୍ତା ରେ ବସିଛନ୍ତି ନର୍ଲା ଅଞ୍ଚଳର ନିରୀହ ଚାଷୀ l ଚାଷୀ ମହଲ ରେ ବର୍ତ୍ତମାନ ଚର୍ଚ୍ଚା ତାଙ୍କ ନା ରେ ଜାଲ ଦସ୍ତଖତ କରି କୃଷି କାର୍ଯ୍ୟାଳୟ କୁ କାଗଜ ପଠେଇଲା କିଏ ?ବିଳମ୍ବ ହଉ ନା କାହିଁକି ଚାଷୀ ବର୍ତ୍ତମାନ ବୁଝି ପାରୁଛି ନର୍ଲା କୃଷି କାର୍ଯ୍ୟାଳୟରେ ମାଗିଲେ ତଥ୍ୟ ମିଳିବାରେ ଏତେ ବିଳମ୍ବ ହେଉଛି କଣ ପାଇଁ lନର୍ଲା କୃଷି ବିଭାଗ କୁ ତଥ୍ୟ ମାଗି ସମୟ ପ୍ରାୟ ଏକ ବର୍ଷ ବିତିଯିବା କୁ ବସିଲାଣି ହେଲେ ତଥ୍ୟ ମାଗୁଥିବା ବ୍ୟକ୍ତି ମାନଙ୍କୁ ବାରମ୍ବାର ଆର ଟି ଆଇ ବାବଦକୁ ଟଙ୍କା ଡିପୋଜିଟ କରିବାକୁ କହି ମଗାଯାଇଥିବା ତଥ୍ୟ କୁ ବାଟମାରଣ କରିବା ଲାଗି ଗୋଟିଏ କାଗଜ କୁ ଦୁଇ ଦୁଇ ଥର ଜେରକ୍ସ କରି ସୂଚନା ପ୍ରଦାନ କରିବା ପଛରେ ରହିଛି କି ବିଭାଗ ର ଆଉ କିଛି ମନ୍ଦ ଉଦେଶ୍ୟ? ତେବେ ତିନୋଟି ପଏଣ୍ଟ ରେ ମଗାଯାଇଥିବା ତଥ୍ୟ ରୁ ଗୋଟିଏ ପଏଣ୍ଟ ରେ ଗଣ୍ଡା ଗଣ୍ଡା ଦୁର୍ନୀତି ମିଳିଥିବା ବେଳେ ଆଉ ଦୁଇଟି ପଏଣ୍ଟ ରେ ବିଭାଗ ଦୁର୍ନୀତି ଚେର କେତେ ଗହୀର ରହିଛି ଏହାର ଭିଜିଲାନ୍ସ ତଦନ୍ତ ଆବଶ୍ୟକ ବୋଲି ଏବେ ସାଧାରଣ ରେ ଦାବି ହେଉଛି l