ଫୋକସ ପ୍ଲସ(ନବରଙ୍ଗପୁର)୧୪/୦୮/୨୦୨୨: ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ସିରିସିଆଗୁଡା ଓ ସମରଥଗୁଡା ଗ୍ରାମବାସୀ ଙ୍କ ମଧ୍ୟରେ ସିରିସିଆଗୁଡା ମୌଜା ଖାତା ନମ୍ବର -୮୦ ,ପ୍ଲଟ ନମ୍ବର – ୮୬୨ ମଟ ଜମି ୦୯ ଏକର ଜମିକୁ ନେଇ ଏବେ ଦୁଇ ଗୋଷ୍ଠି ମଧ୍ୟରେ ବାରମ୍ବାର ବିବାଦ ହେଉଛି । ପୂର୍ବ ରୁ ମଧ୍ୟ ତା ୩୦/୦୭/୨୨ ରେ ରଘୁନାଥ ସମରଥ କଷାଗୁମୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଜମି କୁ ନେଇ ପ୍ରଥମ ପକ୍ଷ ମଙ୍ଗଳସାୟ ସମରଥ ଦାବି କରିଛନ୍ତି ଯେ ସେହି ଜମି ତାଙ୍କ ଜେଜବାପା ଙ୍କ ନାମରେ ରହିଅଛି ଓ ତାଙ୍କ ପୂର୍ବ କାଳ ରୁ ଉକ୍ତ ଜମି କୁ ଚାଷ କରି ଆସୁଛନ୍ତି। ବର୍ତମାନ ସେହି ଜମି ତାଙ୍କ କବଳରେ ରହିଅଛି ଓ ସେ ମଧ୍ୟ ଚାଷ କରୁଛନ୍ତି। କିନ୍ତୁ ସିରିସିଆଗୁଡା ର କିଛି ବ୍ୟକ୍ତି ଉକ୍ତ ଜମିକୁ ଜବରଦଖଲ କରି ନିଜ ଅକ୍ତିଆର ରେ ନେବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି। ପୂର୍ବ ରୁ ମଧ୍ୟ ମଙ୍ଗଳସାୟ ସମରଥ କୁ ଓ ତାଙ୍କ ପରିବାର କୁ ଜୀବନ ରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇସାରିଛି। ଆଜି ସକାଳ ଆଠ ଘଣ୍ଟା ସମୟରେ ମଙ୍ଗଳସାୟ ସମରଥ ଓ କିଛି ଲୋକ ସେହି ଜମିକୁ ଯାଇ ଜମି କାମ କରୁଥିବା ବେଳେ ହଟାତ୍ ସିରିସିଆଗୁଡା ଗ୍ରାମ ର ଅନେକ ଲୋକ ହାତ ରେ ଠେଙ୍ଗା ବାଡି ଧରି ସେହି ଜମି ନିକଟରେ ପହଞ୍ଚି ଥିଲେ। ପୁଣି ସେହି ଜମି ଠୁ ଚାଲିଯିବା ପାଇ କହିଥିଲେ କିନ୍ତୁ ମଙ୍ଗଳସାୟ ସମରଥ ଓ ତାଙ୍କ ପରିବାର ଉକ୍ତ ଜମିକୁ ନିଜ ଜମି କହିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ବାଦବିବାଦ ହୋଇଥିଲା। ବାଦବିବାଦ ଅଧିକ ବଢ଼ି ଯାଇ ପରେ ମାରପିଟ୍ ର ରୁପ ନେଇଥିଲା। ଯାହା ଫଳ ରେ ସମରଥଗୁଡା ର ମଙ୍ଗଳସାୟ ସମ୍ରଥ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ସିରିସିଆଗୁଡା ରୁ ଆସିଥିବା ଲୋକେ ଠେଙ୍ଗା ବାଡି ରେ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଦେଖିବାକୁ ମିଳିଛି। ଏହି ମାରପିଟ୍ ରେ ସମରଥଗୁଡ଼ା ର ଧନୀରାମ ସମରଥ ଙ୍କ ମୁଣ୍ଡ ଓ ବାମ ଗଡ ରେ ମାଡ ବାଜିବାରୁ ବାମ ଗଡ ଭାଙ୍ଗି ଥିବା ଦେଖିବାକୁ ମିଳିଛି ଓ ତାଙ୍କୁ ସାଙ୍ଗେ ସଙ୍ଗେ କଷାଗୁମୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଛି ସେହିପରି ଅନ୍ୟ କିଛି ପରିବାର ର ସଦସ୍ୟ ଙ୍କୁ ମଧ୍ୟ ମାଡ ହେବାରୁ ଆହତ ଅବସ୍ଥା ରେ ରହି କଷାଗୁମୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା ନେଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ର ଖବର ପାଇ କଷାଗୁମୁଡ଼ା ପୋଲିସ ଟିମ୍ ଉକ୍ତ ଗ୍ରାମ ରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି। ବର୍ତମାନ ଉଭୟ ପକ୍ଷ ପରସ୍ପର ବିରୁଦ୍ଧରେ ଏକ ଏକ ଲିଖିତ ଅଭିଯୋଗ ଥାନା ରେ ପ୍ରଦାନ କରିଥିବା ସୂଚନା ଯୋଗ୍ୟ। ପୂର୍ବ ଅଭିଯୋଗ କୁ ଆଧର କରି କଷାଗୁମୁଡ଼ା ପୋଲିସ ଯଦି କିଛି କଡା ପଦକ୍ଷେପ ଗ୍ରହଣ କରିଥାଆନ୍ତି ତୋ ଆଜି ଏହି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି ଅନେକ ଲୋକ ମତ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି।
ନବରଙ୍ଗପୁର ରୁ ପଙ୍କଜ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |