ଫୋକସ ପ୍ଲସ(ପିପିଲି)୧୬/୦୮/୨୦୨୨: ସ୍ୱାଧିନତାର ୭୫ବର୍ଷ ପୁର୍ତ୍ତି ଉପଲକ୍ଷେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ସ୍ୱାଧିନତା ଦିବସ ଅବସରରେ ଡେଲାଙ୍ଗ-ପିପିଲି ଜନ କଲ୍ୟାଣ ମଂଚ ପକ୍ଷରୁ ଏକ ବିଶାଳ ତ୍ରୀରଙ୍ଗା ବାଇକ ଶୋଭାଯାତ୍ରା କରାଯାଇଛି । ଏହି ତ୍ରୀରଙ୍ଗା ବାଇକ ଶୋଭାଯାତ୍ରା ସମାଜସେବୀ ତଥା ଡେଲାଙ୍ଗ-ପିପିଲି ଜନ କଲ୍ୟାଣ ମଂଚ ର ଆବାହକ ରାଧାମୋହନଙ୍କ ନେତୃତ୍ୱରେ ହୋଇଥିବା ବେଳେ ଏଥିରେ ପିପିଲି-ଡେଲାଙ୍ଗର ଅଭୁତପୁର୍ବ ଜନସମର୍ଥନ ଦେଖିବାକୁ ମିଳିଛି । ଆଜି ପୁର୍ବାହ୍ନରେ ଏହି ବିଶାଳ ତ୍ରୀରଙ୍ଗା ବାଇକ ଶୋଭାଯାତ୍ରା ପିପିଲି ସଙ୍କଟ ମୋଚନ ହନୁମାନ ମନ୍ଦିର ନିକଟରୁ ବାହାରି ପିପିଲି ବଜାର ଦେଇ ଡେଲାଙ୍ଗ ଐତିହ ଗାନ୍ଧୀପିଠ ଠାରେ ପହଂଚିଥିଲା । ସେଠାରେ ମଂଚ ଆବାହକ ରାଧାମୋହନ , ଉପଦେଷ୍ଟା ଜନ୍ମେଜୟ ଜେନା ଙ୍କ ସହ ଅନ୍ୟ ନେତୃବୃନ୍ଦ ମାନେ ମହାତ୍ମାଗାନ୍ଧୀଙ୍କ ପ୍ରତିମୃତିରେ ପୁଷ୍ପ ମାଲ୍ୟାର୍ପଣ କରି ବିଭିନ୍ନ ଦେଶାତ୍ମକ ସ୍ଲୋଗାନ ସହ ସେଠାରୁ ଶୋଭାଯାତ୍ରା ନିକଟସ୍ଥ ବିଶ୍ୱନାଥ ମୁଣ୍ଡିଆ ଚଣ୍ଡି ମନ୍ଦିର ନିକଟ ପର୍ଯ୍ୟନ୍ତ ଯାଇଥିଲା । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶ ପ୍ରତି ଜାତୀୟତା ଭାବ କୁ ଜାଗ୍ରତ କରିବା ପାଇଁ ହର ଘର ତ୍ରୀରଙ୍ଗା ଓ ଆଜାଦି କା ଅମୃତ ମହୋତ୍ସବ ରେ ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଂଚ ସାମିଲ ହୋଇଛି ଓ ସତ୍ୟ ଶାନ୍ତି ଅହିଁସା ର ବାର୍ତ୍ତା ନେଇ ଆଜି ଏହି ବାଇକ ତ୍ରୀରଙ୍ଗା ଶୋଭାଯାତ୍ରା କରାଯାଇଛି ବୋଲି ମଂଚ ଆବାହକ ରାଧାମୋହନ କହିଛନ୍ତି । ତେବେ ଆଜିର ଏହି ଶୋଭାଯାତ୍ରାରେ ଜନସାଧାରଣଙ୍କ ଅଭୁତ ପୁର୍ବ ଜନ ସମର୍ଥନ ମିଳିଥିବାରୁ ଜନ କଲ୍ୟାଣ ମଂଚର ସମସ୍ତ ନେତୃବୃନ୍ଦ ମାନେ ଡେଲାଙ୍ଗ-ପିପିଲି ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ପିପିଲି ଡେଲାଙ୍ଗ ରୁ ଶ୍ରୀଧର ଆଚାର୍ଯ୍ୟ ଙ୍କ ସହ ପ୍ରଦୀପ ଙ୍କ ରିପୋର୍ଟ ଫୋକସ ପ୍ଲସ