ଜନଶୁଣାଣୀ ଶିବିର ଅନୁଷ୍ଠିତ

ଫୋକସ ପ୍ଲସ(କଟକ)୧୦/୦୮/୨୦୨୨: କୋଭିଡ଼ି ମହାମାରୀ ଯୋଗୁ ପ୍ରାୟ ୨ ବର୍ଷ ପରେ କଟକ ସଦର ବ୍ଲକ ଅଧିନସ୍ତ କିଶନନଗର ତହସିଲ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳ ପକ୍ଷରୁ  ଜନଶୁଣାଣୀ ଶିବିର ଅନୁଷ୍ଠିତ ହେଇଯାଇଛି । ସେଥିପାଇଁ କିଶନନଗର ତହସିଲ ଅଞ୍ଚଳର ସାମାଜିକ ସଂଗଠନ ଏବଂ ଶତାଧିକ ଜନ ସାଧାରଣ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜନ ଶୁଣାଣି ରେ ଯୋଗ ଦେଇଥିଲେ । ଶିବିରରେ କଟକ ସଦରର ଅଗ୍ରଣୀ ସାମାଜିକ ସଙ୍ଘଠନ ଉତ୍କଳ ବିକାଶ ପରିଷଦ(ଉବିପ) ତରଫରୁ ସ୍ଥାନୀୟ ଅଞ୍ଚଳର ବହୁବିଧ ସମସ୍ୟା ଯଥା ନଦୀବନ୍ଧ ସମସ୍ୟା, ସ୍ଥାନୀୟ ରାସ୍ତା ସମସ୍ୟା,ବାରାପାଟରେ ଜଳ ନିଷ୍କାସନ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ନିମନ୍ତେ ଅଭିଯୋଗ କରିଥିଲେ ଏହି ଜନଶୁଣାଣୀରେ ଜିଲ୍ଲାପାଳ ଅନୁପସ୍ଥିତ ଯୋଗୁ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତ ରାୟ ଅଭିଯୋଗର ଶୁଣାଣି କରିଥିଲେ କିଶନନଗର ତହସିଲଦାର ମିସ୍ ଇନ୍ଧିରା ସାହୁ,ସାଲେପୁର ତହସିଲଦାର,କଟକ ସଦର ବିଡିଓ ରାଜୀବୀ ଲୋଚନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।  ଉବିପ ପକ୍ଷରୁ ସଞ୍ଜୟ ସାହୁ, ବିମଳ ପଣ୍ଡା, ତାପସ ମଣ୍ଡଳ, ଅନନ୍ତ ନାଥ, ଅଶୋକ ସାମନ୍ତରାୟ, ଯାମିନି ମୋହନ ସାହୁ, ଅଭିମନ୍ୟୁ ସାହୁ, ରାଜକିଶୋର ମହାନ୍ତି,ସଞ୍ଜୟ ସେଠୀ, ବଳରାମ ନାୟକ, ବିସ୍ୱୋଜିତ୍ ଦାଶ, ପ୍ରଦୀପ୍ତ କୁମାର ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ମାନ୍ୟବର ଅତିରିକ୍ତ ଜିଲ୍ଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ସୂଚନାଯୋଗ୍ୟ ଏହିସବୁ ସମସ୍ୟା ନେଇ ପରିଷଦର ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ବାରମ୍ବାର ସରକାରଙ୍କୁ ପତ୍ର ଲେଖି ଅବଗତ କରାଇ ଆସୁଛନ୍ତି ।

Leave a Reply

Your email address will not be published. Required fields are marked *