ଚୋରି ବୋଲେରୋ ଜବତ, ୫ ଜଣଙ୍କୁ କୋର୍ଟ ଚାଲାଣ

ଫୋକସ ପ୍ଲସ(ମାଲକାନଗିରି) ୩୧/୦୭/ ୨୦୨୨:ବୈରୀ ପୋଲିସ୍ କୁ ବଡ ସଫଳତା, ଆନ୍ତ ଜିଲ୍ଲା ଗାଡ଼ି ଚୋର ରାକେଟର ପାଞ୍ଚ ଜଣକୁ ଗିରଫ କରି କୋର୍ଟ ଚାଲାଣ । ସୂଚନା ଥାଉ କି,ଯାଜପୁର ଜିଲ୍ଲା ବୈରୀ ଥାନା ଛତିଆ ଅଞ୍ଚଳରୁ ଚଳିତ ମାସ ଗତ ୧୫ ତାରିଖ ରାତିରେ ଛତିଆ ଉପର ବଜାରରୁ ଏକ ବୋଲେରୋ ଚୋରି ହୋଇଥିଲା। ସେହି ଧଳା ରଙ୍ଗର ବୋଲେରୋ ଯାହାର ନଂ ଓ ଆର୍ ୦୫ଏଏସ ୭୦୫୨ ହୋଇ ଥିବା ବେଳେ ଗାଡ଼ି ମାଲିକଙ୍କ ପକ୍ଷରୁ ବୈରୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ କୁ ଭିତ୍ତି କରି ବିଭିନ୍ନ ସ୍ଥାନରେ ପୋଲିସ୍ ଯାଞ୍ଚ ଜାରି ରହିଥିବା ବେଳେ, କୌଣସି ସୂତ୍ରରୁ ଗତକାଲି ବୈରୀ ପୁଲିସ ର ଏକ ସ୍ୱତନ୍ତ୍ର ଟିମ କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁର ରେ ଚଢ଼ାଉ କରି ଥିଲା, ଘଟଣା ସ୍ଥଳରେ ଲୁଟେରା ମାନେ ବୋଲେରୋକୁ କାଟି ପକାଇ ଥିବା ଅବସ୍ଥାରେ ଜବତ୍ କରିବା ସହିତ ୫ଜଣକୁ ଧରିବାରେ ସକ୍ଷମ ହୋଇଥିଲା। ଜବତ ବୋଲେରୋକୁ ଵୈରୀ ଥାନାରେ ରଖାଯାଇ ଥିବା ଅଧିକାରିଣୀ ସଂଘମିତ୍ରା ନାୟକ ସୂଚନା ଦେଇଥିଲେ। ଏହି ଚଢ଼ାଉ ରେ ଛତିଆ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ଏଏସ. ଆଇ ଜହର ଆବେଦିନ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ। ତେବେ ଘଟଣା ସ୍ଥଳରୁ ପୁଲିସ ୫ ଜଣ ଚୋର କୁ ଗିରଫ କରିଥିବା ବେଳେ,ମୁଖ୍ଯ ଆସାମୀ ଶ୍ୟାମ ସୁନ୍ଦର ଦାସ୍ ଓ ଜଗବନ୍ଧୁ ବାରିକ୍ ଫେରାର ହୋଇଯାଇଥିବା ଜଣା ପଡ଼ିଛି । ଗିରଫ ମଧ୍ୟରୁ ୩ ଜଣ କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ଅଛୁତ ଓଝା୩୪, ଏସ କେ ଅଲ୍ଲୀ ଓରଫ କାଲୁ ୨୨,ମିର୍ଜା ନୁମାନୁ ବେଗ ୩୩, ସାଲେ ପୁର ଥାନା ଅଞ୍ଚଳ ର ହୋଇଥିବା ବେଳେ, ଆଉ ୨ ଜଣ ମକ୍ସୁର ଅଲ୍ଲୀ ୪୦, ଏସ କେ ରହେମେଦ ବରୀ ଥାନା ଅନ୍ତର୍ଗତ ରାମ ଚନ୍ଦ୍ର ପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଏହି ଗାଡ଼ି ଲୁଟେରା ଗ୍ୟାଙ୍ଗ ରେ ମୁଖ୍ୟ ମାଷ୍ଟର ମାଇଣ୍ଡ ଫେରାର ରହି ଥିବା ବେଳେ ଛନ୍ନ ଭିନ୍ନ ପୋଲିସ୍ ପକ୍ଷରୁ ଜାରି ରହିଛି । ତେବେ ଦୀର୍ଘ ଦିନ ହେଲା ବିଭିନ୍ନ ଅଞ୍ଚଳରୁ ଗାଡି ଚୋରି କରି ଏହି ସ୍ଥାନକୁ ଆସିବା ପରେ ଏହାର ପାର୍ଟକୁ ଖୋଲି ବିକ୍ରି କରୁଥିଲେ ବୋଲି ସ୍ୱୀକାର କରିଛନ୍ତି ଏହି ଚୋର ମାନେ , ତେବେ ଖୁବ ଶୀଘ୍ର ଏହି ଗାଡ଼ି ଚୋରା କାରବାର ରାକେଟ କୁ ଧରାହେବ ବୋଲି ବୈରୀ ଥାନା ଅଧିକାରିଣୀ କହିଛନ୍ତି । ଦୁର୍ବୁତ୍ତ ମାନେ ଚୋରି ବୋଲେରୋର ସମସ୍ତ ଯନ୍ତ୍ରାଂଶ ଖୋଲି ବିକ୍ରୀ କରିଦେଇଥିବା ବେଳେ,ପୁଲିସ କେବଳ ବଡିଟି କୁ ଠାବ କରିପାରିଥିଲେ।ଗିରଫ ଲୁଟେରା ଗ୍ୟାଙ୍ଗର ୫ ଜଣ ଙ୍କ ନାମରେ ଆଇପିସି ୩୭୯ ଦଫା ଲଗାଯିବା ସହିତ ବୈରୀ ଥାନା ପକ୍ଷରୁ କେସ୍ ନଂ- ୧୦୪/୨୦୨୨ ମାମଲା ଋଜ୍ଜୁ କରିବା ସହିତ କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡିଛି।

 

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

 

Leave a Reply

Your email address will not be published. Required fields are marked *