ଚିତାମରା ଓ ବିରାଡି ବୈଷ୍ଣବ ସାମ୍ବାଦିକଙ୍କ ଗୁମର କଥା

ଫୋକସ ପ୍ଲସ (ନର୍ଲା)୨୫/୦୭/୨୦୨୨: କହି ଦେଉଥାଇ ପରକୁ ବୁଦ୍ଧି ନ ଦିଶଇ ଘରକୁ…। ଏହି ଲୋକାକ୍ତିର ପ୍ରକୃଷ୍ଟ ଉଦାହରଣ ସାଜିଛନ୍ତି ନର୍ଲା ବ୍ଲକ ଅଞ୍ଚଳର ଦୁଇଜଣ ସାମ୍ବାଦିକ। ସବୁବେଳେ ସାଧୁବାଣି ସୁଣାଉଥିବା ଚିତାମରା ସାମ୍ବାଦିକ ମହାଶୟ ୧୦ ଟଙ୍କିଆ ସୁଧରେ ଗରିବ ନିରୀହ ଲୋକଙ୍କୁ କରଜ ଦେଇ ତଣ୍ଟି ଚିପିଥାନ୍ତି। ତୁଳାପଡା ସ୍କୁଲର କମ୍ପୁଟର ଚୋରୀ ଓ ଗଛକଟା ମାମଲାର ମାମଲତିକାର ହେଉଛନ୍ତି ଏହି ସାମ୍ବାଦିକ ଜଣକ। ଆଉ ଜଣେ ସାମ୍ବାଦିକ ବିଗତ ଦିନରେ ଶିକ୍ଷକ ଥିଲେ ଓ ଏକ ବଡ଼ ଧରଣର କେସ ରେ ନର୍ଲା ପୋଲିସ ର ଟାର୍ଗେଟ ହୋଇ ପାଣିମୁଣ୍ଡାରେ ମାସ ମାସ ଧରି ଆତ୍ମ ଗୋପନ କରିଥିଲେ। ହାସ୍ୟାସ୍ପଦ କଥା ସେହି ସାମ୍ବାଦିକ ମହାଶୟ ଆଜି ଅନ୍ୟ ସାମ୍ବାଦିକଙ୍କ ଅପରାଧିକ ପୃଷ୍ଠଭୂମି ଉପରେ ଆଲୋଚନା କରୁଛନ୍ତି ଓ ଲେଖୁଛନ୍ତି। ଏବଂ ସାର କଳାବଜାରୀରେ ସମର୍ଥନ କରୁଛନ୍ତି । ଯାହାକୁ ନେଇ କୃଷକ ମାନଙ୍କ ମଧ୍ୟରେ ଚର୍ଚ୍ଚା ସରଗରମ ହେଉଛି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କୁ ଯାଇ ବିଭିନ୍ନ ବାହାନାରେ ଏମାନେ ଟଙ୍କା ଆଦାୟ କରିଥାନ୍ତି ଓ ଚୋରା ସାର ବ୍ୟବସାୟୀଙ୍କୁ, କଳାବଜାରୀ ଙ୍କୁ ସୁରକ୍ଷା ଦେଇଥାନ୍ତି। ତେଣୁ ଏମାନଙ୍କ ଅସଲ ମୁଖା ବିଷୟରେ ସମସ୍ତେ ଜାଣିବା ଜରୁରୀ ବୋଲି ମନେହୁଏ। ସାରା ରାଜ୍ୟରେ ସାର କଳାବଜାରୀ ହେଉଥିବା ଖୋଦ ରାଜ୍ୟ ସରକାରଙ୍କର କୃଷି ମନ୍ତ୍ରୀ ବିବୃତି ଦେଇ ଏହାକୁ ଶୀଘ୍ର ରୋକିବା ପାଇଁ ଅପିଲ କରିଥିବା ବେଳେ ସାର କଳାବଜାର ରେ ମାହିର ସାଜିଥିବା ନର୍ଲା ର ଅଧିକୃତ ସାର ବିକ୍ରେତା ଆଲୋକ ଚାନ୍ଦ ଙ୍କ କଥାରେ ପଡି ତାଙ୍କୁ ସୁରକ୍ଷା ଦେବାକୁ ଥାନା ପର୍ଯ୍ୟନ୍ତ ଯାଇ ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ନାମରେ ଖବର ପ୍ରସାରଣ ଉପରେ ମିଥ୍ୟା କେସ ଦାଏର ରେ ସାମିଲ ଥିବା ଗଣ ମାଧ୍ୟମ ସମ୍ମୁଖରେ ବୟାନ ଦେଉଥିବା ସର୍ଗିଗୁଡା ଗ୍ରାମ ପଂଚାୟତର ଜଣେ ବହୁରୂପୀ ଚାଷୀଙ୍କ ବିଷୟରେ ମଧ୍ୟ ନର୍ଲା ର ବିଭିନ୍ନ ମହଲରେ ଏବେ ବେଶ ଆଲୋଚନା ହେଉଥିବା ଜଣାପଡେ । ଉକ୍ତ ଚାଷୀ ଜଣକ ନିଜକୁ ଶହେ ଏକର ଜମିର ମାଲିକ ବୋଲି ଛାତି ପିଟି କହୁଥିବା ବେଳେ ନର୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କରେ, ଭବାନୀପାଟଣା ରାଜ୍ୟ ପରିବହନ ନିଗମ ଅଫିସରେ ବର୍ଷସାରା ଦଲାଲି କରିଥାନ୍ତି । ବାର ଦୁଆର ଶୁଣ୍ଢି ପିଣ୍ଡା ହୋଇ ତାଙ୍କର ଦିନ ବିତିଥାଏ । ସେ ଚାଷ କରୁଛନ୍ତି କେତେବେଳେ? ସାର କିଣୁଛନ୍ତି କେବେ ? ଏମଆରପି ଠାରୁ ଢେର ଅଧିକା ଚଢାଦର ଦେଇ ଏଇ ଚାଷ ସିଜନରେ ନର୍ଲା ଚାଷୀ ସାର କିଣି ନୟାନ୍ତ ହେଉଥିବା ମରମ ଦୁଃଖର କଥା ସେ ବା ଜାଣିବେ କାହୁଁ । ଚିତାକଟା ଓ ବିରାଡ଼ି ବୈଷ୍ଣବ ସାମ୍ବାଦିକ ଓ ବ୍ୟାଙ୍କ ଏବଂ ରାଜ୍ୟ ପରିବହନ ରେ ଦଲାଲି କରୁଥିବା ନାମମାତ୍ର ଦଲାଲ ଚାଷୀ ଯିଏକି ଆଲୋକ ଚାନ୍ଦ ଭଳି ଜଣେ ସାର କଳାବଜାରୀକୁ ପ୍ରାୟୋଜିତ ଭାବରେ ସୁରକ୍ଷା ଦେଉଥିବା ଆଲୋଚନା ହେଉଛି । ଏମାନଙ୍କୁ ଅଞ୍ଚଳର ଚାଷୀଙ୍କ ଚିନ୍ହିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *