ଫୋକସ ପ୍ଲସ (ଭୁବନେଶ୍ୱର)୦୨/୦୭/୨୦୨୨: ବୁକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର ହଷ୍ଟେଲ ରୁ ଆଜି ଶନିବାର ଜଣେ ଛାତ୍ରୀଙ୍କ ମୃତଦେହ ଜବତ ହୋଇଛି ।ମୃତ ଛାତ୍ରୀଙ୍କ ନାମ ରୁଚିକା ମହାନ୍ତି ସେ +୩ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡିଛି। ସୂଚନାନୁସାରେ, ଅପରାହ୍ନରେ କାରୁବାକି ହଷ୍ଟେଲର କିଛି ଅନ୍ତେବାସୀ ହଷ୍ଟେଲ ରୁମ ରେ ରୁଚିକାଙ୍କ ଝୁଲନ୍ତା ମୃତ ଦେହ ଦେଖି ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇ ଥିଲେ। ଖବର ପାଇ ବାଦଗଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ଏବଂ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ। ମୃତ ଛାତ୍ରୀ ଜଣକ ରାଗିଙ୍ଗର ଶିକାର ହୋଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି | ମୃତ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ କରିଛି ପୋଲିସ | ନୋଟ ରେ ସେ ତିନି ଜଣ ଛାତ୍ରୀ ତାଙ୍କୁ ରାଗିଙ୍ଗ କରୁଥିବା କଥା ଉଲେଖ କରିଛନ୍ତି ଏହା ସହ ସେ କିଭଳି ସେହି ଛାତ୍ରୀ ମାନଙ୍କ ଦ୍ୱାରା ନିର୍ଯାତିତ ହୋଇଆସୁଥିଲେ ଏବଂ ଏ ବିଷୟରେ ସେ ନିଜ ଘରେ କିମ୍ବା ନିଜ ସାଙ୍ଗ ସାଥି କାହାକୁ ଜଣାଇ ନ ପାରି ଶେଷରେ ଆତ୍ମହତ୍ୟା ର ବାଟକୁ ବାଛି ନେଇଥିଲେ | ତେବେ ସୁଇସାଇଡ ନୋଟ କୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି |