ଫୋକସ ପ୍ଲସ(ବ୍ୟୁରୋ)୧୫/୦୮/୨୦୨୨: ସୋସିଆଲ ମିଡିଆରେ ନୂତନ ଫଟୋ ସେୟାର କରି ପୁଣି ପ୍ରଶଂସକଙ୍କୁ ଆକର୍ଷିତ କଲେ ମହେଶ ବାବୁ | ନୂଆ ହେୟାର ଷ୍ଟାଇଲ ଚାର୍ମିଙ୍ଗ ଲୁକରେ ପୁଣି ମତୁଆଲା କଲେ ନିଜ ଫ୍ୟାନ୍ସ ମାନଙ୍କୁ |ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମହେଶ ବାବୁ ଙ୍କର କ୍ରେଜ ର ଚାହିଦା ରହିଛି | ନିଜର ଷ୍ଟନିଙ୍ଗ ଷ୍ଟାଇଲିଶ ଲୁକ ସାଙ୍ଗକୁ ନିଖୁଣ ଅଭିନୟ ତାଙ୍କୁ ତେଲଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି | ବର୍ତ୍ତମାନ ଏହି ତାରକା ନିଜର ଏକ ନୂତନ ଫଟୋ ପୋଷ୍ଟ କରି ଚର୍ଚ୍ଚା କୁ ଆସିଛନ୍ତି |
ମହେଶ ବାବୁଙ୍କୁ ଶେଷ ଥର ପାଇଁ ଆକ୍ସନ୍ ଡ୍ରାମା ସରକାରୁ ଭାରୀ ପାଟାରେ ଦେଖିବାକୁ ମିଳିଥିଲେ |ଗତ ସପ୍ତାହରେ ତାଙ୍କର ୪୭ ତମ ଜନ୍ମଦିନ ପାଳନ କରିଥିଲେ | ମହେଶ ବାବୁ ଟ୍ୱିଟରରେ ନିଜର ଏକ ନୂଆ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ ଆକର୍ଷଣୀୟ ଏବଂ ସୁପରକୁଲ୍ ଅନ୍ଦାଜ ରେ ନଜର ଆସିଛନ୍ତି | ତାଙ୍କର ନୂତନ ହେୟାର ଷ୍ଟାଇଲକୁ ସେଲିବ୍ରିଟି ଷ୍ଟାଇଲିଷ୍ଟ ଆଲିମ ହାକିମ ଡିଜାଇନ୍ କରିଛନ୍ତି।
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ ।