ଫୋକସ ପ୍ଲସ (ଗଜପତି)୨୪/୦୬/୨୦୨୨: ପାରଳାଖେମୁଣ୍ଡି ଜିଲ୍ଲା ପ୍ରଶାସନକୁ ତାରବର୍ଡା ଗ୍ରାମ ବାସୀ ଅଭିଯୋଗ ପତ୍ର ପ୍ରଦାନ କରିବା ନିମନ୍ତେ ରାଲି ସହ ଗଜପତି ଜିଲ୍ଲା ଅଫିସ୍ ମୁଖ୍ୟ ଗେଟ କୁ ପହଞ୍ଚି ସେମାନଙ୍କ ଦାବୀ ପତ୍ର ପ୍ରଦାନ ନିମନ୍ତେ ଯାଇଥିଲେ ,, ଯେହେତୁ ଦୀର୍ଘ ବର୍ଷରୁ ଜମି ଜମା ମାମଲାକୁ ନେଇ ଉଭୟ ଆଦିବାସୀ ଏବଂ ଅଣ ଆଦିବାସୀ ମାନଙ୍କ ମଧ୍ୟରେ ଗୋଷ୍ଟି ସଂଘର୍ଷ ଲାଗି ରହୁଥିବାବେଳେ ଜିଲ୍ଲା ପ୍ରଶାସନ ଆଯି ପର୍ଯ୍ୟନ୍ତ କୌଣସି ଉଭୟ ଗୋଷ୍ଠୀଙ୍କ ବିବାଦକୁ ସମାଧାନ କରିବାରେ ଅକ୍ଷମ ହେଉଛନ୍ତି। ଗତକାଲି ତାର୍ବର୍ଡା ଗ୍ରାମ ବାସୀ ଏ ବାବଦରେ ଅଭିଯୋଗ ପତ୍ର ପ୍ରଦାନ କରିବା ନିମନ୍ତେ ନୂଆଗଡ BDO ଙ୍କ ନିକଟକୁ ଯାଇଥିଲେ ତଥାପି BDO ବାବୁ ଗ୍ରାମ ବାସୀଙ୍କ ଅଭିଯୋଗ ପତ୍ର ଗ୍ରହଣ କରିନଥିଲେ ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଜିଲ୍ଲା ଅଫିସ କୁ ଯାଈ ସେମାନଙ୍କ ଦାବିପତ୍ର ପ୍ରଦାନ କରିବା ସହ ଅଭିଯୋଗ ଅପ ଜିଲ୍ଲାପାଳକଙ୍କୁ ଜଣାଇଲେ। ଅଭିଯୋଗ ଅନୁସାରେ ତର୍ବର୍ଡା ଗ୍ରାମବାସୀ ଦୀର୍ଘ ବର୍ଷ ହେବ ଜଙ୍ଗଲ ଜମିକୁ ବ୍ୟବହାର କରିଆସୁଛନ୍ତି ଏବଂ କିଛି ଗଛ ଜମିରେ ମଧ୍ୟ ପୋତିଛନ୍ତି, ଏବଂ କେତେକ ପଟା ଜମିକୁ ମଧ୍ୟ ଅଣଆଦିବାସୀ ମାନେ ଆମର ବଲି ଆମର ବୋଲି ନିଜ ଅକ୍ତିଆରକୁ ବଳ ଦଳପୂର୍ବକ ନେବା ନିମନ୍ତେ ଚେଷ୍ଟା କରୁଛନ୍ତି । ଏହା ପ୍ରଶାସନଙ୍କ ଆବହେଳା ହେତୁ ଦୁଇଗଷ୍ଟି ଙ୍କ ମଧ୍ୟରେ ଗଷ୍ଟି ସଙ୍ଗର୍ଷ ହେବାର ଯଥେଷ୍ଟ ସମ୍ଭାବନା ରହୁଛି।
ଗଜପତି ରୁ ସୁଶାନ୍ତ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |