ଗଛ ପଡି ଘର ଛାରଖାର

ଫୋକସ ପ୍ଲସ (ଲମତାପୁଟ)୧୦/୦୭/୨୦୨୨ : ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ । ବହୁ ବଡ଼ ଧରଣ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ପରିବାରର ତିନି ପ୍ରାଣୀ। ରାତିରେ ଯଦି ଏହି ଲୋମହର୍ଷକାରୀ ଘଟଣା ଘଟିଥାନ୍ତା ତେହାହେଲେ ବହୁତ ବଡ଼ ଧରଣର ବିପଦ ଘଟିବାର ସମ୍ବାବନା ରହିଥିଲା । ବିଧାତା ବିପଦକୁ ଆଡେଇ ଦେଇଛନ୍ତି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲ ରେ ଚାରି ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିଲା ବେଳେ ବାଲେଲ ପଞ୍ଚାୟତ ର ମାହାଡ଼ା ଗ୍ରାମର ରାମଚନ୍ଦ୍ର ପୂଜାରୀଙ୍କ ଘର ଉପରେ ସକାଳ ୧୦ଟା ସମୟରେ ଦୀର୍ଘ ବର୍ଷ ର ବିଶାଳ ବଡ଼ ତେନ୍ତୁଳି ଗଛପଡ଼ି ଘର ଛାରଖାର ହେବା ସହିତ ଅନେକ ଧନ ସମ୍ପତ୍ତି କ୍ଷୟକ୍ଷତି ଘଟିଛି। ଘର ମଧ୍ୟରେ ଥିବା ଧାନ, ମାଣ୍ଡିଆ , ସୁଆଁ ପାଣିରେ ଭିଜି ସବୁ ନଷ୍ଟ ହେଇଯାଇଛି । ଦିନରେ ଘଟଣା ଘଟିଥିବା ଯୋଗୁଁ ବଡ଼ ଧରଣର ବିପଦରୁ ବର୍ତ୍ତି ଯାଇଛନ୍ତି ପରିବାର । ଖବର ପାଇ ଲମତାପୁଟ ଅଗ୍ନିଶମ ବିଭାଗ ପହଞ୍ଚି ଘର ଉପରୁ ଗଛ ହଟାଇ ଥିଲେ ଓ ମାଛକୁଣ୍ଡ ତହସିଲଦାରଙ୍କ ନିର୍ଦ୍ଧେଶ କ୍ରମେ ବାଲେଲେ ଆର.ଆଇ ଗ୍ରାମରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି ।

ଲମତାପୁଟ ରୁ ଗୋପୀନାଥ ହଞ୍ଜରିଆଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *