ଖୋଲା ପଡ଼ିଆରୁ ଯୁବତୀଙ୍କ ମୃତ ଉଦ୍ଧାର

ଫୋକସ ପ୍ଲସ (ରାଇକିଆ)୧୫/୦୭/୨୦୨୨: ରାଇକିଆ ଥାନା ,ଡଡିଙ୍ଗିଆ ପଞ୍ଚାୟତ ର କଲୋନୀ ସାହି ନିକଟ ରେ ଏକ ଖୋଲା ପଡ଼ିଆ ରେ ଥିବା ଖାଲ ମଧ୍ୟରେ ଏକ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।ସୂଚନା ପ୍ରକାରେ ସେହି ସାହି ର ଏକ ମହିଳା ଯାହାଙ୍କ ନାମ ଜ୍ୟୋସ୍ନା ପ୍ରଧାନ ଶୌଚ ହେବା ନିମନ୍ତେ ପାଖ ରେ ଥିବା ପାହାଡ କୁ ଯିବା ସମୟ ରେ ଏହି ଘଟଣା ଦେଖି ଚମକି ପଡ଼ିବା ସହିତ ତୁରନ୍ତ ସାହି ବାସି ଙ୍କୁ ଜଣାଇ ଥିଲେ।ଯାହା ଫଳ ରେ ସେହି ସାହି ର ୱାର୍ଡ ମେମ୍ବର ରାଇକିଆ ଥାନା କୁ ଫୋନ୍ ଯୋଗେ ତୁରନ୍ତ ଅବଗତ କରି ଥିଲେ। ଫୋନ୍ ଯୋଗେ ଖବର ପାଇବା କ୍ଷଣି ରାଇକିଆ ଥାନା ଭାରପ୍ରାପ୍ତପ୍ତ ଅଧିକାରୀ ଘଟଣା ସ୍ଥଳ ରେ ତୁରନ୍ତ ପହଞ୍ଚିବା ସହିତ ଛାନ ଭିନ ଆରମ୍ଭ କରିଥିଲେ। କିଛି ସମୟ ଛାନ୍ ଭିନ୍ନ କରିବା ପରେ ସେହି ଯୁବତୀ ବୁଦ୍ଧିଆ ପାଙ୍ଗା ଗ୍ରାମର ଡଡିଙ୍ଗିଆ ପଞ୍ଚାୟତ ୬ ନମ୍ବର ୱାଡ଼ର ୱାର୍ଡ ମେମ୍ବର କିଶୋର ପ୍ରଧାନଙ୍କ ଝିଅ ଅଞ୍ଜୁତା ପ୍ରଧାନ (୨୨) ବୋଲି ଜଣା ପଡିଥିଲା। ତାଙ୍କ ବାପା ଙ୍କ ସହ ଯୋଗା ଯୋଗ କରିବା ରୁ ସେ କହି ଛନ୍ତି ଗତକାଲି ସକାଳୁ ଝିଅ ଫୁଲବାଣୀ ଯାଇଥିଲା ଏବଂ 3 ଟା ସମୟରେ ମୁଁ ଘରକୁ ଫେରୁଛି କହି ଫୋନ୍ କରିଥିଲା। କିନ୍ତୁ ଘରକୁ ଫେରିବା ବଦଳ ରେ ଆଜି ସକାଳେ ଅଞ୍ଜୁତା ର ମୃତ ଦେହ ଡାଙ୍ଗାଦଣ୍ଡ ମୁଖ୍ୟ ରାସ୍ତା ନିକଟରେ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଛି ବୋଲି ଦୁଃଖର ସହିତ କହିଛନ୍ତି ।ଝିଅ ର ନିର୍ବନ୍ଧ ନିକଟ ରେ ଟିଆଙ୍ଗିଆ ଗ୍ରାମ ର ଏକ ଯୁବକ ଙ୍କ ସହିତ ସରିଥିବା ବେଳେ କେଉଁ କାରଣ ରୁ ଏହିଭଳି ଘଟଣା ଘଟିଲା ତାହା ଆଲୋଚନା ର ବିଷୟ ପାଲଟିଛି ।ଫୁଲବାଣୀ ରୁ ଏକ ସାଇଣ୍ଟଫିକ ଟିମ୍ ପହଞ୍ଚି ଖୋଳତାଡ ଆରମ୍ଭ କରିବା ସହିତ ରାଇକିଆ ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ରେ ସହଯୋଗ କରିଥିବା ଦେଖିବାକୁ ମିଳିଅଛି।

ରାଇକିଆରୁ ଶ୍ୱେତ ଦିଗାଲ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *