ଫୋକସ ପ୍ଲସ 24/5/22: ମେ ୨୪ରେ ସୁନା ମୂଲ୍ୟ ବଢ଼ିଛି ଓ ରୁପା ମୂଲ୍ୟ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗତକାଲି ଅର୍ଥାତ ସୋମବାର ସୁନା ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି ଘଟିଥିଲା । ସେହିପରି ଆଜି ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୬୬୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୦୯୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୧,୪୩୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୬୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୭୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୭,୧୫୦ ଟଙ୍କା ଥିଲା । ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟ ରେ ହ୍ରାସ ରେକର୍ଡ କରାଯାଇଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୭୦୦ ଟଙ୍କାର ବୃଦ୍ଧି ଘଟିଥିବାବେଳେ ଆଜି ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୧୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୬୦ ଟଙ୍କା ରହିଛି । ଯାହା ଗତକାଲି ୬,୨୧୦ ଟଙ୍କା ଥିଲା ।
ନୂଆଦିଲ୍ଲୀ: ଆଜି (ମଙ୍ଗଳବାର) ଅର୍ଥାତ ମେ ୨୪ରେ ସୁନା ମୂଲ୍ୟ ବଢ଼ିଛି ଓ ରୁପା ମୂଲ୍ୟ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗତକାଲି ଅର୍ଥାତ ସୋମବାର ସୁନା ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି ଘଟିଥିଲା । ସେହିପରି ଆଜି ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୬୬୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୦୯୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୧,୪୩୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୬୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୭୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୭,୧୫୦ ଟଙ୍କା ଥିଲା ।
ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟ ରେ ହ୍ରାସ ରେକର୍ଡ କରାଯାଇଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୭୦୦ ଟଙ୍କାର ବୃଦ୍ଧି ଘଟିଥିବାବେଳେ ଆଜି ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୧୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୬୦ ଟଙ୍କା ରହିଛି । ଯାହା ଗତକାଲି ୬,୨୧୦ ଟଙ୍କା ଥିଲା ।