, ଜାଣନ୍ତୁ ମାଙ୍କଡିଙ୍ଗ କେଚ ଆଉକୁ ନେଇ କଣ କହିଲେ ସଚିନ
ବର୍ତମାନ ଏମସିସି ( ମେରିଲୋବେନ କ୍ରିକେଟ କ୍ଲବ) କ୍ରିକେଟ ନିୟମରେ ବହୁ ସଂଶୋଧନ କରିଛି । ଏହାର କିଛି ନିୟମକୁ ନେଇ ଖୁସି ଥିବା ସଚିନ କହିଥିବା କହିଥଇବାବେଳେ ମଙ୍କଡିଙ୍ଗ କେଚ ଆଉଟକୁ ରନ ଆଉଟ ଘୋଷିତ କରିବାକୁ ଠିକ ବୋଲି କହିଛନ୍ତି ସାଷ୍ଟର ବ୍ଳାଷ୍ଟର ।
ବର୍ତମାନ କ୍ରିକେଟ ନିୟମରେ ବହୁ ନିୟମରେ ସଂଶୋଧନ ଆଣିଛି ଏମସିସି ( ମେରିଲୋବେନ କ୍ରିକେଟ କ୍ଲବ) । କ୍ରିକେଟର ନିୟମକୁ ସଂରକ୍ଷଣ କରୁଥିବା ଏହି କ୍ଲବ କିଛି ଦିନ ତଳେ ମାଙ୍କଡିଙ୍ଗ ଆଉଟ, ଉଆଡବଲ, ଡେଡବଲ, ଲାର ବ୍ୟବହାର ସମେଦ କିଛି ନିୟମରେ ପରିବର୍ତନ ଆଣିଛି ।
ଏହି ସବୁ ନିୟମ ଚଳିତ ବର୍ଷ ଅକ୍ଟୋବର ମାସରୁ ଲାଗୁ ହେବ । ଏହି ନିୟକୁ ନେଇ କିିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ନିଜ ସହମତି ଜଣାଇଛନ୍ତି ।
ସଚିନ ଏକ ଭିଡିଓ ବାର୍ତା ଜାରି କରି ଏହି ସବୁ ନିୟକୁ ଠିକ ବୋଲି କହିଛନ୍ତି । ଯେଉଁଥିରେ ମାଙ୍କଡିଙ୍ଗ ରନଆଉଟ ଆଉଟ କରିବା ଠିକ ବିଷୟ ବୋଲି କହିଥିବାବେଳେ କେଚ ଆଉଟ ପରେ ନୂଆ ବ୍ୟାଟ୍ସମେନ ଷ୍ଟ୍ାଇକକୁ ଆସିବା ନିୟକକୁ ସମର୍ଥନ କରିଛନ୍ତି ।
ମାଙ୍କଡିଙ୍ଗକୁ ରନଆଉଟ ଦେବା ନିୟମରେ ମୁଁ ସହମତି ପ୍ରକାଶ କରୁଛି;ସିଚିନ
ସିଚିନ କହିଛନ୍ତି ଯେ ଏମସିସି ( ମେରିଲୋବେନ କ୍ରିକେଟ କ୍ଲବ) ଜାରୀ କରିଥିବା ନିୟମକୁ ନେଇ ଖୁସି ଅଛନ୍ତି ସଚିନ । ଏଥିମଧ୍ୟରୁ ମାଙ୍କଡିଙ୍ଗ ରନ ଆଉଟକୁ ସମର୍ଥନ କରି କହିଛନ୍ତି କି ସେ ସବୁବେଳେ ରନ ଆଉଟ ସମୟରେ ଏଭଳି ମଙ୍କଡେଟ ଆଉଟ ସମ୍ଭୋଧନକୁ ନେଇ କିଛି ସମୟରେ ଅଡୁଆ ଅନୁଭବ କରୁଥିଲେ ବର୍ତମାନ ଏହାକୁ ରନଆଉଟ କୁହାଯାଉଥିବାରୁ ସେ ଖୁସି ଅଛନ୍ତି ।