ଫୋକସ ପ୍ଲସ (କୋରାପୁଟ)୨୩/୦୬/୨୦୨୨: ଜିଲ୍ଲା ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଙ୍କ ନିର୍ଦ୍ଧେଶ ରେ କୋରାପୁଟ ଜିଲ୍ଲା ପରିଷଦ ସଭାନେତ୍ରୀ ସସ୍ମିତା ମେଲେକା, ପଟ୍ଟାଙ୍ଗି ବ୍ଲକ ର ଆନ୍ଦ୍ର ସୀମା ବର୍ତ୍ତିତ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ ସାମ୍ବାଇ ଜାମୁଗୁଡା ର ପାଣି ରାସ୍ତା ସମସ୍ୟା ଓ ସୁନାବେଡା ଗ୍ରାମରେ ପିଇବା ପାଣି ବିଦୁତ କରଣ ସହ କରିବାକୁ ଗ୍ରାମ ବସି ଦାବି ଜଣାଇ ଥିଲେ, ତାଙ୍କ ସହ କୋରାପୁଟ ଜୁନ୧ ଜିଲ୍ଲା ପରିଷଦ ଶ୍ରୀ ରଘୁ ଜାନି, ପଟ୍ଟାଙ୍ଗି ଜୁନ ୨ ଜିଲ୍ଲା ପରିଷଦ ଶ୍ରୀ ଲଇଚନ ଖରା , ପଞ୍ଚାୟତ ସଭାପତି ଲକ୍ଷ୍ମଣ ପାତ୍ର, ସୁଶାନ୍ତ ବାଙ୍କା ଯାଇଥିଲେ. ମେଲେକା ମେଡମ ସମସ୍ତ ସମସ୍ୟା ବିଷୟରେ ଉପରସ୍ଥ ଅଧିକାରୀ ଙ୍କୁ ଜଣାଇ ଏହାର ସମାଧାନ କରିବାକୁ . କହିଥିଲେ ଏବଂ ଜୋନ-1ଜିଲ୍ଲାପରିଷଦ ସଭ୍ୟ ରଘୁ ଜାନି ତତସଙ୍ଗେସଙ୍ଗେ ପଟ୍ଟାଙ୍ଗି ବ୍ଲକ ଜୋନ-2 ଜିଲ୍ଲାପରିଷଦ ସଭ୍ୟ ଲଇଛନ ଖରା ଙ୍କ ମିଳିତରେ ଆଜି ପଟ୍ଟାଙ୍ଗି ବ୍ଲକର ସୀମାନ୍ତ ପଂଚାୟତ ଗୁଡିକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ଅଞ୍ଚଳରେ ଚାଲିଥିବା ସରକାରୀ ଯୋଜନା ଗୁଡିକ ତଦାରକ କରିବା ସହିତ ଅଞ୍ଚଳରେ ରହିଥିବା ସମସ୍ୟାମାନ ସମନ୍ଧେ ଅଞ୍ଚଳର ଲୋକମାନଙ୍କୁ ପଚାରି ବୁଝିଥିଲେ l ସୂଚନା ଅନୁସାରେ ପଟ୍ଟାଙ୍ଗି ବ୍ଲକର ସମ୍ବାଇ ପଂଚାୟତ ପରିଦର୍ଶନ କରିବା ସହିତ ସେବାଆଶ୍ରମ ସମ୍ବାଇ ରେ ପହଂଚି ଏମ, ଡି, ଏମ ଖାଦ୍ୟର ମାନ କିଭଳି ଦିଆଯାଉଛି ବୋଲି ସେଠାକାର ଛାତ୍ରିମାନଙ୍କୁ ପଚାରି ବୁଝିବା ସହିତ ସେଠାକାର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟର ସମସ୍ୟା ସମନ୍ଧେ ପଚାରେ ବୁଝିଥିଲେ ଏବଂ ଅତିଶୀଘ୍ର ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ l ଗଲୁର ପଂଚାୟତରେ ପହଂଚି ସେଠାକାର ଆଦିବାସୀ ମା ମାନଙ୍କ ସହିତ ସରକାର ଙ୍କ S. H. G ଗ୍ରୁପ ବିଷୟରେ ଆଲୋଚନା କରିବା ସହିତ ସରୋକାରଙ୍କ ମିଶନଶକ୍ତି, ସଶକ୍ତିକରଣ ପ୍ରଭୁତି ବିଷୟରେ ମଧ୍ୟ ବୁଝାଇଥିବା ସୂଚନା l