ଫୋକସ ପ୍ଲସ ୦୮/୦୬/୨୨(ରେଢ଼ାଖୋଲ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ରେଞ୍ଜ ବଂସାଜାଳ ସେକ୍ସନ ସାନ ହିନ୍ଦୋଳ ଗାଁ ପାଖରେ ଏକ କଳରାପତରିଆ ବାଘ ପରିତ୍ୟକ୍ତ କୂଅରେ ପଡିଯାଇଥିଲା | ବନବିଭାଗ କର୍ମଚାରୀ ଙ୍କ କହିବାନୁସାରେ କଲରାପତରିଆ ବାଘ ଟି ଖାଦ୍ୟ ଅନ୍ୱେସ୍ବନ ପାଇଁ ପାଖ ଜଙ୍ଗଲରୁ ଚାଲି ଆସିଥିଲା ଯେହେତୁ ପରିତ୍ୟକ୍ତ କୂଅ ଟି ଜମି ରେ ଥିଲା ବାଘଟି ଜାଣିନପାରି କୂଅ ଭିତରେ ପଡିଯାଇଥିଲା l ସ୍ଥାନୀୟ ଗ୍ରାମବାସୀ ଜମିକୁ କାମ କରି ଯାଇଥିବା ବେଳେ ବାଘଟି କୂଅରେ ଫସି ରହିଥିବାର ଦେଖି ସ୍ଥାନୀୟ ବନବିଭାଗ କୁ ଖବର ଦେଇଥିଲେ |ପରେ ବନବିଭାଗ ଓ ଅଗ୍ନିଶମ ବିଭାଗ ଓ ପୋଲିସ ର ଦୀର୍ଘ ଏକ ଘଣ୍ଟା ର ଅପରେସନ ପରେ ବାଘ କୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲ ରେ ଛଡା ଯାଇଛି | ବାଘ ର ବୟସ ପ୍ରାୟ 2 ବର୍ଷ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି |