ଫୋକସ ପ୍ଲସ (ଗଜପତି)୨୭/୦୬/୨୦୨୨: ଗଜପତି ଜିଲ୍ଲା ମୋହନା ଥାନା ପଲି ଗଜପତି ଗାଁ ଛକରେ କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି , ଫଳରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମାଣ୍ଡିମେରା ପଞ୍ଚାୟତ ବିକ୍ରମପୁର ଗାଁର ଯାକୋବ ବର୍ଦ୍ଧନ ଓ ସୁବିତ୍ ବର୍ଦ୍ଧନ । ଏହି ଦୁର୍ଘଟଣାରେ କାର୍ ଚାଳକ ମଧ୍ୟ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ସୋମବାର ଅପରାହ୍ନ ପ୍ରାୟ ୨ଟା ବେଳେ ଗୋଟିଏ ବାଇକ୍ ରେ ଯାକୋବ ଓ ସୁବିତ୍ ମୋହନା ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସହ ତାଙ୍କ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ଗୁରୁତ୍ୟୁର ଅବସ୍ଥାରେ ୨ ଜଣ ଯୁବକ ଓ କାର୍ ଚାଳକଙ୍କୁ ମୋହନା ପୋଲିସ ମୋହନା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇ ବାଇକ୍ ଆରୋହୀଙ୍କୁ ମୃତ ଘୋଷଣା କରିଥିଲେ ।ଏବେ ମୋହନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।