ଫୋକସ ପ୍ଲସ (ଯାଜପୁର) ୦୭/୦୭/୨୦୨୨: ଯାଜପୁର ଜିଲ୍ଲାର ପାଣି କୋଇଲି ଠାରେ ଆଜି କରୋନା ସଚେତନତା କୁ ନେଇ ଗତ କାଲି ଠାରୁ ଆରମ୍ଭ କରିଥିବା ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା କଟକ ଜିଲ୍ଲାର ନିଶ୍ଚିତକୋଇଲି ଗ୍ରାମ ପଞ୍ଚାୟତର ଓଥକା ନିବାସୀ ଯୁବ ସମାଜ ସେବୀ ଅଜୟ କୁମାର ବେହେରା (କାଳିଆ ) ଗତକାଲି କଟକସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରୁ ସକାଳ ୧୦ ଘଟିକା ରେ ବାହାରି ଚଣ୍ଡିଖୋଲ ଠାରେ ରାତ୍ରୀ ଯାପନ କରି ପୁଣି ଆଜି ସକାଳୁ ଚଣ୍ଡିଖୋଲ ଠାରୁ ବାହାରିବା ପରେ ରାସ୍ତାରେ ଜାରକା. ବାରବାଟୀ . କୂଆଖିଆ ଓ ପାଣିକୋଇଲି ଠାରେ ବିପୁଳ ସ୍ୱାଗତ ସଂବର୍ଧନା ଦିଆଯାଇଥିଲା . ସେ ପ୍ରଥମେ ପାଣିକୋଇଲିର ଟୋଲପାଜା ଠାରେ ପହଁଚିବା ପରେ ଏନ.ଏଚ.ଆଇ.ର ପେଟ୍ରୋଲିଙ୍ଗ ଅଫିସର ଅଶୋକ କୁମାର ବଳ ତାଙ୍କୁ ସ୍ଵାଗତ ଜଣାଇଥିଲେ ପରେ ପରେ ସେ ଓଡିଆଣୀ ଠାରେ ପହଁଚିବା ପରେ ପରେ ସେଠାରେ ଓଡିଆଣୀର ମାଲିକ ଦିଲ୍ଲୀପ କୁମାର ପଣ୍ଡା ପୁଷ୍ପମାଳ ଦେଇ ସ୍ଵାଗତ କରିଥିଲେ ଓ ମଧ୍ୟାହ୍ନ ଭୋଜନରେ ଆପାୟିତ କରିଥିଲେ ସେଠାରୁ ପଦଯାତ୍ରା ରେ ଆସିବା ପରେପରେ ପାଣିକୋଇଲି ଓଭରବ୍ରିଜ ତଳେ କୋରେଇ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ପ୍ରମୋଦ ପାତ୍ର,ସାମ୍ବାଦିକା ରଂଜିତା ପରିଡା.ସାମ୍ବାଦିକ ପ୍ରହଲ୍ଲାଦ ଦେଓ ସାମ୍ବାଦିକ ଭୁବନ ମୋହନ ମହାନ୍ତି .ସାମ୍ବାଦିକ କେଶବ ଚନ୍ଦ୍ରମଲ୍ଲିକ ସାମ୍ବାଦିକ ଲକ୍ଷ୍ମୀଧର କରଣ ସାମ୍ବାଦିକ ରଶ୍ମି କାନ୍ତ ପରିଡା ପ୍ରଭୁତି ଫୁଲତୋଡା ଦେଇ ସ୍ଵାଗତ ଜଣାଇଥିଲେ . ତାଙ୍କର ଦିର୍ଘ ୪୫ ଦିନର ପଦଯାତ୍ରା କିପରି ସଫଳ ହେବ, ବାଟରେ ଯେପରି କିଛି ଅସୁବିଧା ନ ହେବ ସେଥିପାଇଁ ପାର୍ଥନା କରିଥିଲେ,ଆଗାମୀ ଅଗଷ୍ଟ ୧୫ ତାରିଖରେ ସେ ଦିଲ୍ଲୀ ଠାରେ ପହଁଚି ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବାର ଲକ୍ଷ୍ୟ ରଖିଛନ୍ତି. ଆସନ୍ତୁ ଶୁଣିବା ସେ ଓ ତାଙ୍କ ଶୁଭେଛୁ ମାନେ କଣ କହୁଛନ୍ତି |